କାଠମାଣ୍ଡୁ: ସ୍ବାଭାବିକ ହେଉଛି ସବୁକିଛି । ସୁଧୁରୁଛି ସ୍ଥିତି, ଫେରୁଛି ଶାନ୍ତି । ନେପାଳରେ ନୂଆ ସକାଳ ସହ ନୂଆ ଆଶା ନେଇ ଉଇଁଛି ସୂରୁଜ । ରାତିରେ ନାଇଟ କର୍ଫ୍ୟୁ ଥି୍ବା ବେଳେ ସକାଳେ ସକାଳେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯଦିଓ ପୂର୍ବ ପରି ପୂରା ଦୋକାନ ବଜାର ଖୋଲିନି ମାତ୍ର କାଁ ଭାଁ ଖୋଲିଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ି ଗଡିଛି । ସଫେଇ କର୍ମଚାରୀ ରାସ୍ତା ସଫେଇ କରିଛନ୍ତି । 

Advertisment

ଗତ ଦୁଇ ଦିନ ତଳେ ଜଳୁଥିବା ନେପାଳ ଛାତିରେ ଆଜି ପଡିଛି ବର୍ଷା ଟୋପା । ସକାଳେ ସକାଳେ ବର୍ଷା ହେବା ସହ କାଠମାଣ୍ଡୁରେ ଜନଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ରାସ୍ତା ଦୂର ଦୂର ଯାଏଁ ଶୂନଶାନ ଦେଖିବାକୁ ମିଳୁଥିବା ବେଳେ ଲୋକେ କାଁ ଭାଁ ଲୋକେ ଯାତାୟତ କରୁଛନ୍ତି । ଜରୁରୀକାଳୀନ ସେବାରେ ଥିବା ଲୋକେ ନିଜ ନିଜ କର୍ମସ୍ଥଳୀକୁ ଯାଉଥିବା ଦେଖିବାକୁ ମିଳିଛି । ସେପଟେ ବସ ଚଳାଚଳ ବି କରିଛି ।

WhatsApp Image 2025-09-11 at 09.18.00

ସଂଧ୍ଯା ୫ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁଥିବା ବେଳେ ଆଜି ନାଇଟ କର୍ଫ୍ୟୁ ଉଠିବାର ନିଷ୍ପତ୍ତି ଥିଲା ମାତ୍ର ପରିସ୍ଥିତି ଦେଖି ପରବର୍ତ୍ତୀ ଆଦେଶ ଯାଏଁ ଏହା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଦୁଇ ଦିନ ତଳେ ଯେଉଁଠି ଜେନ ଜେଡର ଯୁବପିଢିମାନେ ହୋହଲ୍ଲା, ହଙ୍ଗାମା, ଜଳାପୋଡା, ଭଙ୍ଗାରୁଜା କରିଥିଲେ ଗତକାଲି ସେଠି ସେମାନେ ପୁଣି ଥରେ ଏକଜୁଟ ହୋଇ ସଫେଇ କାମରେ ଲାଗି ପଡିଛନ୍ତି । ଶତାଧିକ ଯୁବପିଢି ଏକାଠି ହୋଇ ଭଙ୍ଗା କାଚ, ଇଟା ପଥର, ଜଳାପୋଡା ଗାଡି ସବୁ ସଫା କରୁଛନ୍ତି । ରାସ୍ତାକୁ ସ୍ବଚ୍ଛ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ସୂଚାଉଛି କି ନେପାଳରେ ଏବେ ସ୍ଥିତି ସୁଧୁରୁଛି । ଜଣେ ଯୁବକ କହିଛନ୍ତି ଆମର ବିରୋଧୀ ଯୁବପିଢିଙ୍କୁ ସୁବିଧା ସୁଯୋଗ ଦିଆଯାଉ ନଥିବା ନେଇ ହୋଇଥିଲା ତାମାନେ ନୁହେଁ ଯେ ଏ ସହର ଏମିତି ଅବସ୍ଥାରେ ରହିବ । ଆମେ ଭାଙ୍ଗିପାରୁ ବି ପୁନନିର୍ମାଣ କରିପାରୁ ।