ଖାରଗୋନ୍: ମେ’ ୨ ଓ ୩ରେ ମଧ୍ୟପ୍ରଦେଶର ଖାର୍ଗୋନରେ ଲାଗୁ ହେବ କର୍ଫ୍ୟୁ। ଘରେ ଇଦ୍ ପ୍ରାର୍ଥନା କରିବେ ମୁସଲିମ ଭାଇ-ଭଉଣୀ। ଖାର୍ଗୋନ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁମେର ସିଂ ମୁଜାଲଦା କହିଛନ୍ତି ଯେ, ଏଥର ଇଦ୍ ଅବସରରେ ଘରେ ରହି ନମା‌ଜ ପାଠ କରାଯିବ। ଏହା ସହ ଅକ୍ଷୟ ତୃତିୟା ଏବଂ ପର୍ଶୁରାମ ଜୟନ୍ତୀରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ।

Advertisment

ଏପ୍ରିଲ ୧୦ରେ ରାମ ନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗି ଆକ୍ରମଣ କରାଯିବା ଘଟଣା ପରେ ହଠାତ୍ ସହରରେ ହିଂସା ଦେଖାଦେଇଥିଲା। ଏହି କାରଣରୁ ଏବେ କୌଣସି ପ୍ରକାରର କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉନଥିବା ଜଣାପଡ଼ିଛିି। ତେବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ମେ’ ୨ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦୋକାନଗୁଡିକ ଖୋଲା ରହିବ ଏବଂ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପାସ୍ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୧୦ରେ ହୋଇଥିବା ହିଂସା ଘଟଣାରେ ପୁଲିସ୍ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଶୋଭାଯାତ୍ରାର ଆରମ୍ଭରେ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା ଯେଉଁଥିରେ ପୁଲିସ ଇନ୍ସପେକ୍ଟରଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ଏହା ପରେ, ସମଗ୍ର ଦେଶରେ ଏନେଇ ଚର୍ଚ୍ଚା ହେବା ସହିତ ରାଜନୈତିକ ଦଳଗୁଡିକ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଥିବା ବେଳେ ଏବେ ରାଜ୍ୟରେ ଶାନ୍ତି ବଜାୟୟ ରଖିବା ପ‌ାଇଁ ସରକାର ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି। କୌଣସି ପ୍ରକାରର ଜନଗହଳି ହେବା ଭଳି କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଉନାହିଁ।