ବର୍ତ୍ତମାନର ଟିକାକରଣ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିପାରିବ: ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଲଗାତାର କମି ଚାଲିଛି। ସକ୍ରିୟ ମାମଲା ମଧ୍ୟ କମୁଛି। ଏହି ସମୟରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ନିହାତି ଜରୁରୀ ଥିଲା ଏବଂ ଠିକ୍‌ ସମୟରେ ଟିକାକରଣ ହୋଇଥିବାରୁ ଏହା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ମଧ୍ୟ ରୋକିପାରିବ। ମେଦାନ୍ତ ଲିଭର୍‌ ଇନଷ୍ଟିଚ୍ୟୁଟ୍‌ ସଭାପତି ଡା ଏଏସ୍‌ ସୋଏନ୍‌ କହିଛନ୍ତି, ଯଦି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୁଏ ତେବେ ଟିକାକରଣ ଏ ଦିଗ‌ରେ ବେଶ୍‌ ସହାୟକ ହେବ। ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସଭାପତି ପ୍ର‌ଫେସର କେ ଶ୍ରୀନାଥ ରେଡ୍ଡି ମଧ୍ୟ କହିଛନ୍ତି, ଟିକାକରଣ ନିହାତି ଆବଶ୍ୟକ ଥିଲା। ଯେ କୌଣସି ସମୟରେ ବି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇପାରେ। ଏବେ ଅନ୍ୟ ରାଷ୍ଟ୍ରମାନଙ୍କରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଗଙ୍ଗା ରାମ୍‌ ହସ୍ପିଟାଲ୍‌ ସିନିଅର କନସଲ୍‌ଟାଣ୍ଟ୍‌ ଡ. ଅତୁଲ କକ୍କର କହିଛନ୍ତି, କରୋନା ବିରୋଧରେ କୌଣସି ଗୋଷ୍ଠୀ ରୋଗ ପ୍ରତିରୋଧକତା ନାହିଁ ଏବଂ ଟିକା ହିଁ ସଂକ୍ରମଣକୁ ରୋକିପାରିବ।

ସମ୍ବନ୍ଧିତ ଖବର