ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ଦିନରେ ୩୨କୋଟି ମୂଲ୍ୟର ୬୧କିଲୋଗ୍ରାମ ସୁନା ଜବତ କରିଛି ସୀମାଶୁଳ୍କ ବିଭାଗ। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡ଼ିଛି। ପ୍ରଥମ କରି ମୁମ୍ବାଇ ସୀମାଶୁଳ୍କ ବିଭାଗ ବିମାନବନ୍ଦରରୁ ଏତେ କୋଟି ଟଙ୍କାର ସୁନା ଜବତ କରିଥିବା କୁହାଯାଉଛି।
/sambad/media/post_attachments/8320c41f74745b8b99fa40108d72b750cb0d70bbc916594375457f1d41fbc34b.jpg)
ସୀମାଶୁଳ୍କ ବିଭାଗର ସୂଚନାନୁସାରେ, ପ୍ରଥମ ମାମଲାରେ ୪ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ୪ଜଣ ଭାରତୀୟ ଯାତ୍ରୀ ତାଞ୍ଜାନିଆରୁ ଆସିଥିଲେ। ସେମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଟା ବେଲ୍ଟ ପକେଟରେ ସୁନା ଲୁଚାଇ ରଖିଥିଲେ। ୪ଜଣ ଅଭିଯୁକ୍ତଙ୍କ ପାଖରୁ ୨୮.୧୭ କୋଟି ଟଙ୍କାର ମୋଟ ୫୩କିଲୋଗ୍ରାମ ସୁନା ଜବତ କରାଯାଇଛି। ୟୁଏଇରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବେଲ୍ଟରେ ସୁନା ଲୁଚାଇ ରଖିଥିଲେ ଅଭିଯୁକ୍ତ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
ସେହିଭଳି ଦୁବାଇରୁ ଆସିଥିବା ତିନି ଜଣ ଯାତ୍ରୀଙ୍କଠାରୁ ସୀମାଶୁଳ୍କ ଅଧିକାରୀମାନେ ୩.୮୮ କୋଟି ମୂଲ୍ୟର ୮ କିଲୋଗ୍ରାମ ସୁନା ଜବତ କରିଛନ୍ତି ବୋଲି ସୂଚନା ମିଳିଛି। ଗିରଫ ୩ଜଣଙ୍କ ମଧ୍ୟରେ ୨ଜଣ ମହିଳା ଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-117.jpg)