ଚୋରାରେ ଭାରତକୁ ଆସୁଥିଲା ବିଷଧର ସାପ ଓ ଏଣ୍ଡୁଅ

ଚେନ୍ନାଇ: ବେଆଇନ ଭାବେ ଭାରତକୁ ଆସୁଥିବା କିଛି ସାପ ଓ ବିରଳ ପ୍ରଜାତିର ଏଣ୍ଡୁଅକୁ ଉଦ୍ଧାର କରିଛି ସୀମା ଶୁଳ୍କ ବିଭାଗ | ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସୀମା ଶୁଳ୍କ ବିଭାଗ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୬ଟି ବିରଳ ପ୍ରଜାତିର ଜନ୍ତୁଙ୍କୁ ଉଦ୍ଧାର କରିଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ମହମ୍ମଦ ପରଭେଜ ପି ମହମ୍ମଦ ଆକବର କୁଆଲାଲମପୁରରୁ କିଛି ବିରଳ ପ୍ରଜାତିର ବନ୍ୟ ଜନ୍ତୁ ଭାରତକୁ ଆଣୁଥିବାର ଖବର ପାଇଥିଲା ସୀମା ଶୁଳ୍କ ବିଭାଗ |

ଏହି ଦୁଇ ବ୍ୟକ୍ତି ଆଜି ବିମାନରୁ ଓହ୍ଲାଇବା ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା | ଏମାନଙ୍କ ପାଖରୁ ଗୋଟିଏ ସବୁଜ ରଙ୍ଗର ଅଜଗର, ଅଷ୍ଟ୍ରେଲିଆ ଜଙ୍ଗଲରେ ମିଳୁଥିବା ବିରଳ ସାପ, ଇଣ୍ଡୋନେସିଆ ଜଙ୍ଗଲରେ ମିଳୁଥିବା ବିରଳ ଏଣ୍ଡୁଅ ଉଦ୍ଧାର କରାଯାଇଥିଲା | ଏହି ସବୁ ବନ୍ୟ ଜନ୍ତୁଙ୍କୁ ଦୁଇ ଜଣ ଚାଲାଣକାରୀ ଚକଲେଟ ଜରି ଓ କପଡ଼ାରେ ଲୁଚାଇ ଆଣିଥିଲେ |

ଏଠାରେ ସୂଚନା ଥାଉ କି ବନ୍ୟଜନ୍ତୁଙ୍କୁ ବିମାନରେ ନେବାଆଣିବା ଉପରେ ପ୍ରତିବନ୍ଧକ ଜରି କରାଯାଇଥିବାବେଳେ ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିଷଧର ସାପ ନ ଆଣିବାକୁ ନିୟମ ରହିଛି | ତଥାପି ଏହି ଦୁଇ ବ୍ୟକ୍ତି ଏହାକୁ ନ ମାନି ବିଦେଶର ବନ୍ୟ ଜନ୍ତୁଙ୍କୁ ଆଣି ଭାରତରେ ଉଚ୍ଚ ଦରରେ ବିକ୍ରି କରିବାକୁ ଯୋଜନା କରିଥିଲେ |

ସମ୍ବନ୍ଧିତ ଖବର