ନୂଆଦିଲ୍ଲୀ: ମ୍ୟୁକୋର୍ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ଲାଗି ଆବଶ୍ୟକ ପଡ଼ୁଥିବା ଆମ୍ଫୋଟେରିସିନ୍-ବି ଇଞ୍ଜେକସନ୍ର ରପ୍ତାନି ଉପରେ କେନ୍ଦ୍ର ସରକାର ଆଜି କଟକଣା ଲଗାଇଛନ୍ତି। ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉକ୍ତ ଇଞ୍ଜେକସନ୍କୁ କଟକଣା ବର୍ଗରେ ସାମିଲ କରାଯାଇଛି। ଅର୍ଥାତ୍ ଏହି ଇଞ୍ଜେକସନ ରପ୍ତାନି କରିବାକୁ ହେଲେ ଏବେ ଜଣେ ରକ୍ତାନିକାରୀଙ୍କୁ ଡିଜିଏଫଟିର ଅନୁମତି ବା ଲାଇସେନ୍ସ ଆବଶ୍ୟକ ହେବ। ସରକାର ଏହି କଟକଣାକୁ ତତ୍କାଳ ଲାଗୁ କରିଛନ୍ତି। ଦେଶରେ କରୋନା ସହିତ ଏବେ ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଘାତକ ରୋଗର ଚିକିତ୍ସାରେ ଉକ୍ତ ଇଞ୍ଜେକସନର ପ୍ରୟୋଗ କରାଯାଉଛି।
ଆମ୍ଫୋଟେରିସିନ୍-ବି ଇଞ୍ଜେକସନ ରପ୍ତାନି ଉପରେ କଟକଣା
/sambad/media/post_attachments/wp-content/uploads/2021/06/f54h56sf456h4f5s6hsssssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)