ଅହମଦାବାଦ: ବିମାନ ଦୁର୍ଘଟଣାର ପ୍ରକୃତ କାରଣ କଣ ? କେଉଁ ପରିସ୍ଥିତିରେ ମାଟିରୁ ଉଠୁ ଉଠୁ ଘଟିଗଲା ଏମିତି ଦୁର୍ଘଟଣା ? ତାର କାରଣ ଖୋଜା ଚାଲିଥିବା ବେଳେ ଏତି ମଧ୍ଯରେ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସ୍ଥଳରୁ ଦ୍ବିତୀୟ ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବା ସିଭିଆର ବ୍ଲାକ ବକ୍ସ ମିଳିଥିବା ସୂଚନା ମିଳିଛି । ଏହାଦ୍ବାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।
ସେପଟେ ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି । ଗତକାଲି ପିକେ ମିଶ୍ର ବିମାନ ଦୁର୍ଘଟଣା ସ୍ଥଳ ବୁଲି ଛାନଭିନ କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍ ବିମାନ ଡାଟା ରେକର୍ଡର ଜବତ କରିଥିଲା । ଆଉ ଏବେ କକପିଟ୍ ଭଏସ ରେକର୍ଡର ଜତବ ହୋଇଛି । ଉଭୟ ବ୍ଲାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହ ସୁରକ୍ଷିତ ରଖଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/16/Gh2yg7REVeNLcm4Kj6uC.jpg)