ନୂଆଦିଲ୍ଲୀ: ବିହାର ନିର୍ବାଚନରେ ​​ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ କଂଗ୍ରେସ ମଧ୍ୟରେ ଆଭ୍ୟନ୍ତରୀଣ ମତଭେଦ ଆହୁରି ବୃଦ୍ଧି ପାଇଛି। କପିଲ ସିବଲଙ୍କଠାରୁ ଆରମ୍ଭ କରି ଗୁଲାମ ନବୀ ଆଜାଦଙ୍କ ପର୍ଯ୍ୟନ୍ତ ଅନେକ ବରିଷ୍ଠ ନେତା କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ କରିଛନ୍ତି। ନିକଟରେ ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ୨୩ ଜଣ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବି କରିଛନ୍ତି। ସେପଟେ ଖବର ଆସିଛି କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ମଙ୍ଗଳବାର ଦିନ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଆଗାମୀ ଦିନରେ ସାଂଗଠନିକ ନିର୍ବାଚନ କିଭଳି ହେବ ସେ ବାବଦରେ ଆଲୋଚନା କରାଯାଇଛି । ସୂଚନା ଥାଉ କି ସୋନିଆ ଗାନ୍ଧୀ ଅଗଷ୍ଟ ୨୦୧୯ ଠାରୁ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଅଛନ୍ତି । କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ କମିଟି (ସିଇସି) ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ସଭାପତି ନିର୍ବାଚନରେ ​​ଭୋଟ୍ ଦେବାକୁ ଥିବା ସଦସ୍ୟଙ୍କ ଡିଜିଟାଲ୍ ତାଲିକା ପ୍ରସ୍ତୁତ କରାଯାଉଛି |
ଏଆଇସିସିର ସବୁଜ ସଙ୍କେତ ପରେ ୧୫ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ | ସୂଚନା ଥାଉ କି ୨୦୧୭ ରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି କରାଯାଇଥିଲା। କିନ୍ତୁ ୨୦୧୯ ରେ ଲୋକସଭା ନିର୍ବାଚନର ଫଳାଫଳ ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଆଉ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/810901-sonia-rahul-ani.jpg)