ହୋଇପାରୁନି ନିଷ୍ପତ୍ତି, ଜାରି ରହିଛି ଆଲୋଚନା; ରାତି ୯ଟା ସୁଦ୍ଧା ସିଡବ୍ଲୁସି ଘୋଷଣା କରିପାରେ ନୂଆ ଅଧ୍ୟକ୍ଷଙ୍କ ନାମ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲେ ବି ଏଯାବତ୍‌ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ଆଜି ପୂର୍ବାହ୍ନରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି) ବୈଠକରେ କଂଗ୍ରେସ ଅଧ୍ୟକ୍ଷ ଭାବେ କାହାରିକୁ ବଛା ହୋଇପାରି ନାହିଁ। ରାତି ୮.୩୦ରେ ହେବାକୁ ଥିବା ଦ୍ୱିତୀୟ କାର୍ଯ୍ୟକାରୀ ବୈଠକରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେବ। ରାତି ୯ଟା ସୁଦ୍ଧା ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।

Firstpost

ତେବେ, ଅଧ୍ୟକ୍ଷ ବାଛିବା ପାଇଁ କରାଯାଇଥିବା ସିଡବ୍ଲୁସି ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିିତ ହୋଇପଡ଼ିବା ଦୃଷ୍ଟିରୁ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ରାହୁଲ ଓ ମାଆ ସୋନିଆ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା ପାଇଁ ବୈଠକ ଅଧାରୁ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

‘ମୁଁ ଏହି ପ୍ରକ୍ରିୟାରେ ସାମିଲ୍‌ ହୋଇପାରିବି ନାହିଁ’ ବୋଲି ସୋନିଆ କହିଥିବା ବେଳେ ରାହୁଲ ତାଙ୍କ ସଂସଦୀୟ କ୍ଷେତ୍ର ଓ୍ଵାଏନାଡକୁ ବୁଲି ଯାଇ ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିବେ ବୋଲି କହି ବୈଠକ ଛାଡ଼ି ଉଠି ଯାଇଥିଲେ।

ସମ୍ବନ୍ଧିତ ଖବର