ସରକାରଙ୍କୁ ଘେରିଲେ ସୋନିଆ, ସିଡବ୍ଲୁସି ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି କରୋନା ମହାମାରୀ, ପେଟ୍ରୋଲ-ଡିଜେଲର ମୂଲ୍ୟବୃଦ୍ଧି ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍‌ ସହିତ ଉତ୍ତେଜନାକୁ ନେଇ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ସୋନିଆ କହିଛନ୍ତି, ଦେଶ ଏବେ ମହାମାରୀ ଏବଂ ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଛି । ଏଲ୍‌ସିଏରେ ଚୀନ୍‌ ପଟୁ ବଡ଼ ବିପଦ ରହିଛି। ସରକାରଙ୍କ ଭୁଲ୍‌ ରଣନୀତି ଏବଂ ଦୁର୍ବଳ କୂଟନୀତି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସୋନିଆ କହିଛନ୍ତି। ସରକାର ଦେଶର ଅଖଣ୍ଡତା ରକ୍ଷା କରିବା ଦିଗରେ ସମୁଚିତ ପଦକ୍ଷେପ ନେବାକୁ ସେ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉନାହାନ୍ତି ବୋଲି ମଧ୍ୟ ସୋନିଆ କହିଛନ୍ତି।

ସମ୍ବନ୍ଧିତ ଖବର