କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ ଆରମ୍ଭ, ଚୟନ ହେବେ ନୂଆ ସଭାପତି !

ନୂଆଦିଲ୍ଲୀ : କଂଗ୍ରେସ ଦଳର ପରବର୍ତ୍ତି ସଭାପତି ବାଛିବା ପାଇଁ କଂଗ୍ରେସ ଓ୍ଵାର୍କିଂ କମିଟିର ବୈଠକ ଆରମ୍ଭ ହୋଇଛି । ସଭାପତି ବାଛିବା ପାଇଁ ସିଡବ୍ଲୁସି ପକ୍ଷରୁ ୫ଟି ଗ୍ରୁପ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଗ୍ରୁପ ଗୁଡ଼ିକ ଆଞ୍ଚଳିକ ନେତାମାନଙ୍କ ସହ ପରାମର୍ଶ କରି ପରବର୍ତ୍ତି ସଭାପତି ବାଛିବେ । ତେବେ ମିଳିଥିବା ସୂଚନା ମୁତାବକ ରାହୁଲ ଗାନ୍ଧିଙ୍କୁ ପୁଣି ସଭାପତି କରିବା ସପକ୍ଷରେ ଦଳରେ ଦାବି ପ୍ରବଳ ହେଉଛି । ଏହି ସବ କମିଟିଗୁଡ଼ିକ ମଧ୍ୟ ରାହୁଲଙ୍କ ନାଁ ସୁପାରିଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଉଛି । ଆଜି ସକାଳେ ହୋଇଥିବା ସିଡବ୍ଲୁସି ବୈଠକରେ ୟୁପିଏ ଅଧ୍ୟକ୍ଷା ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏହି ଚୟନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ ।

ସମ୍ବନ୍ଧିତ ଖବର