ଭାରତର ସର୍ବବୃହତ୍‌ ପରମାଣୁ କେନ୍ଦ୍ରରେ ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତର ସର୍ବବୃହତ୍‌ ପରମାଣୁ କେନ୍ଦ୍ର ତଥା ତାମିଲନାଡ଼ୁର କୁଦାନକୁଲମ ପରମା‌ଣୁ ଶକ୍ତି କେନ୍ଦ୍ରରେ ସାଇବର ଆକ୍ରମଣ ହୋଇଛି। ଏନ୍‌ପିସିଆଇଏଲ୍‌ ( ଭାରତର ପରମ‌ାଣୁ ଶକ୍ତି ନିଗମ) ଆଜି ଏହା ସ୍ବୀକାର କରି କହିଛି ଯେ ତାମିଲନାଡ଼ୁର କୁଦାନକୁଲମ ପରମାଣୁ କେନ୍ଦ୍ରରେ ଥିବା ଏନ୍‌ପିସିଆଇଏଲ୍‌ ସିଷ୍ଟମ୍‌ରେ ମାଲ୍‌ୱେର୍‌ ଆକ୍ରମଣ ହୋଇଛି। ତେବେ ଏହାଦ୍ବାରା ଯେଉଁ କ୍ଷତି ହୋଇଛି ତାହା କେବଳ ଜଣେ ୟୁଜରଙ୍କ ବ୍ୟକ୍ତିଗତ କମ୍ପ୍ୟୁଟରରେ ହିଁ ସୀମିତ ରହିଥିବା ଏନ୍‌ପିସିଆଇଏଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରମାଣୁ କେନ୍ଦ୍ରର କୋର୍‌ ‌କଣ୍ଟ୍ରୋଲ୍‌ ସିଷ୍ଟମ୍‌ଗୁଡ଼ିକୁ ଇଣ୍ଟରନେଟ ସଂଯୋଗ କରାଯାଇନଥିଲା। ‌ତେଣୁ ସାଇବର ଆକ୍ରମଣ ଯୋଗୁଁ କିଛି କ୍ଷତି ହୋଇନାହିଁ। ଗତ ସେପ୍ଟେମ୍ବର ୪ ତାରିଖ‌ରେ ଏ ସମ୍ପର୍କରେ ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ୍‌ ଟିମ୍‌ ଅବଗତ ହୋଇଥିଲେ ମଧ୍ୟ ଏସଂକ୍ରାନ୍ତରେ ତଦନ୍ତ ହେବାପରେ ଆଜି ବିବୃତି ଜାରି କରାଯାଇଛି।

ସମ୍ବନ୍ଧିତ ଖବର