୩ ବର୍ଷରେ ଭାରତରେ ହୋଇଛି ୯୩ ହଜାରରୁ ଅଧିକ ସାଇବର ଅପରାଧ ମାମଲା, ଘୃଣା ଓ ଯୌନ ଉତ୍ପୀଡ଼ନର ଅପରାଧ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ଦେଶ ଡିଜିଟାଲ ଇଣ୍ଡିଆ ଆଡ଼କୁ ପାଦ ବଢ଼ାଇଥିବା ବେଳେ ଦେଶରେ ଇଣ୍ଟରନେଟ୍ ବ୍ୟବହାରରେ ବୃଦ୍ଧି ଘଟିଛି। ଏଥି ସେହି ଅନୁପାତରେ ଦେଶରେ ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିଥିବା ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ବୁଧବାର ସଂସଦକୁ ସୂଚନା ଦେଇ କହିଛି ଯେ ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ଯୌନ ଶୋଷଣ ଏବଂ ବ୍ୟକ୍ତିଗତ ଆକ୍ରୋଶ ଯୋଗୁଁ ହୋଇଛି | ଏହି ଅପରାଧ ଏବଂ ଜାଲିଆତି ସହ ଜଡିତ ୯୩୦୦୦ ରୁ ଅଧିକ ମାମଲା ୨୦୧୭ ରୁ ୨୦୧୯ ମଧ୍ୟରେ ସାରା ଦେଶରେ ପଞ୍ଜିକୃତ ହୋଇଛି |

ଦେଶରେ ସାଇବର ଅପରାଧ ପଛରେ ବ୍ୟକ୍ତିଗତ ପ୍ରତିଶୋଧ, ଠକେଇ, ଯୌନ ଶୋଷଣ, ଘୃଣା,ସୂଚନା ଚୋରି ଇତ୍ୟାଦି ଅନ୍ତର୍ଭୁକ୍ତ ବୋଲି ଗୃହ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଜି.କେ ରେଡ୍ଡୀ ଏକ ଲିଖିତ ବିବୃତ୍ତିରେ କହିଛନ୍ତି।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟ ଅନୁଯାୟୀ, ୨୦୧୭ ରେ ସାଇବର ଅପରାଧର ୨୧,୭୯୬ ମାମଲା ପଞ୍ଜିକୃତ ହୋଇଥିଲା। ୨୦୧୮ ରେ ଏହି ସଂଖ୍ୟା ୨୭,୨୪୮ କୁ ବୃଦ୍ଧି ପାଇଥିଲା ଏବଂ ୨୦୧୯ ରେ ୪୪,୫୪୬ ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର