ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ପ୍ରଚଳନ ହେବ ‘ସାଇବର୍‌ ସିକ୍ୟୁରିଟି ଆଲର୍ଟନେସ୍‌’

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମ ବା ‘ସିଲାବସ୍‌’ରେ ‘ସାଇବର୍‌ ସିକ୍ୟୁରିଟି ଆଲର୍ଟନେସ୍‌’ ପ୍ରଚଳନ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ପ୍ରଥମେ ଏହା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନମାନଙ୍କର ‘ସିଲାବସ୍‌’ରେ ପ୍ରଚଳନ କରାଯିବ।

‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍‌ ରଜନୀଶ ଜୈନ୍‌ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସାଇବର୍‌ ସିକ୍ୟୁରିଟି ଷ୍ଟାର୍ଟ-ଅପ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଶୈକ୍ଷିକ ସଂଗଠନକୁ ଉତ୍ସାହ ଦେବା, ପ୍ରୋତ୍ସାହନ ଦେବା ଏବଂ ସମ୍ମାନିତ କରିବା ସହ ‘ହ୍ୟାକ୍‌ଥନ୍‌’ ଆୟୋଜନ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ ଅଛି। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ କଲେଜକୁ ଏ ସଂକ୍ରାନ୍ତରେ ଅବଗତ କରାଇବାକୁ ମଧ୍ୟ କୁଳପତିମାନଙ୍କୁ ଅନୁରୋଧ କରାଯାଇଛି।

Image Courtesy of ET CIO

ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ସାଇବର୍‌ସ୍ପେସ୍‌’ ହେଉଛି ‘ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି’ (ଆସିଟି) ଉପକରଣ ଏବଂ ନେଟ୍‌ଓ୍ଵାର୍କ ସହାୟତାରେ ଚାଲୁଥିବା ଲୋକମାନଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ‘ସଫ୍‌ଟ୍‌େଓ୍ଵର୍‌ ଓ ସର୍ଭିସ୍‌’ର ଏକ ଜଟିଳ ବାତାବରଣ। ତେଣୁ, ଏଥିପ୍ରତି ଅନେକ ପ୍ରକାର ଘଟଣାଦୁର୍ଘଟଣା ରହିଛି। ଏହି ଘଟଣାଦୁର୍ଘଟଣା ଉଦ୍ଦେଶ୍ୟମୂଳକ, ଆକସ୍ମିକ, ମାନବକୃତ କିଂବା ପ୍ରାକୃତିକ ହୋଇପାରେ। ସେଥିପାଇଁ ଆଜିର ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ଚିନ୍ତାର ପ୍ରଧାନ ବିଷୟ ହୋଇଯାଇଛି।

ଭାରତ ସରକାର ‘ନ୍ୟାସ୍‌ନାଲ୍‌ ସାଇବର୍‌ ସିକ୍ୟୁରିଟି ଷ୍ଟ୍ରାଟେଜି’ କାଗଜପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଚଳାଇଛନ୍ତି। ସ୍କୁଲ୍‌ସ୍ତରରୁ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ଆରମ୍ଭ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍‌ ପାଠ୍ୟକ୍ରମରୁ ଆରମ୍ଭ ହେବାକୁ ଥିବା ଏହି ‘ସାଇବର୍‌ ନିରାପତ୍ତା ପଦକ୍ଷେପ’ କ୍ରମେ ଆଗକୁ ବଢ଼ିବ ଏବଂ ‘ଆଇଆଇଟି’ ଓ ଉଚ୍ଚ ଶିକ୍ଷା ସ୍ତରୀୟ ‘ସିଲାବସ୍‌’ରେ ‘ଅଫେନ୍‌ସିଭ୍‌’ ଓ ‘ଡିଫେନ୍‌ସିଭ୍‌’ ଆଦି ଅନ୍ତର୍ଭୁକ୍ତ କରାଯିବ।

ସମ୍ବନ୍ଧିତ ଖବର