ମୁମ୍ବାଇ: ଏବେ ଅନ୍ଲାଇନ୍ ଫ୍ରଡ୍ରେ ପୁଞ୍ଜି ହରାଇବା, ପରିଚୟ ଚୋରି, ସାଇବର୍ସଟକିଙ୍ଗ୍ ଆଣ୍ଡ୍ ଏକ୍ସଟୋର୍ସନ୍, ଫିସିଙ୍ଗ୍ ଏବଂ ମାଲ୍େଓ୍ଵର୍ ଆକ୍ରମଣ ଆଦି ସାଇବର୍ କ୍ରାଇମ୍ ବିରୋଧରେ ବ୍ୟକ୍ତି ବିଶେଷ ଏବେ ଇନ୍ସ୍ୟୁରାନ୍ସ୍ କଭର୍ କରି ପାରିବେ।
ବ୍ୟବସାୟ ପାଇଁ କଷ୍ଟୋମାଇଜ୍ଡ୍ ସାଇବର୍ ଲାଇବିଲିଟି କଭର୍ କିଛି ବର୍ଷ ହେବ ପ୍ରଚଳିତ ଥିବାବେଳେ ବ୍ୟକ୍ତି ବିଶେଷଙ୍କ ପାଇଁ ତାହା ଲାଗୁ ହୋଇ ନ ଥିଲା। ବଜାଜ୍ ଆଲିଆଞ୍ଜ୍ ଜେନେରାଲ୍ ଇନ୍ସ୍ୟୁରାନ୍ସ୍ ଦ୍ୱାରା ଯୋଜନା କରାଯାଇଥିବା ସାଇବର୍ ସେଫ୍ ପଲିସିର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ଇଣ୍ଟର୍ନେଟ୍ ଏବଂ ଇକମର୍ସ ବ୍ୟବହାରକାରୀଙ୍କ ନିମନ୍ତେ ସୁବିଧାର ମାତ୍ରାରେ ଉନ୍ନତି କରାଇବା।
୧ ଲକ୍ଷରୁ ୧ କୋଟି ଟଙ୍କା ମୂଲ୍ୟର ଏହି ବୀମା ପଲିସି ଖର୍ଦ୍ଦି କରିହେଉଥିବା ଏହାର ପ୍ରିମିୟମ୍ ବାବଦରେ କିଛି କହିନାହିଁ। ଅଧିକାରୀମାନଙ୍କ କହିବା ଅନୁସାରେ ଅନ୍ ଲାଇନ୍ରେ ବ୍ୟକ୍ତି ବିତାଉଥିବା ସମୟ ଆଧାରରେ ପ୍ରିମିୟମ୍ ରେଟ୍ ନିର୍ଭର କରିବ।