ନୂଆଦିଲ୍ଲୀ: କର୍ଣ୍ଣାଟକର ମୈସୁର ଜିଲ୍ଲାର କୋପ୍ପଲୁ ଗ୍ରାମରୁ ଏକ ଭାବବିହ୍ବଳ ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହର ପାଇଁ ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଇଛି ତାହାକୁ ଦୃଷ୍ଟିରେ ରଖି କର୍ଣାଟକରେ ଲକଡାଉନ ଘୋଷଣା କରାଯାଇଥିଲା। ଏହି କାରଣରୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା। ତେବେ ଏଭଳି ସମୟରେ ନିଜର ୧୦ବର୍ଷ ପୁଅ ଜୀନବ ବଞ୍ଚାଇବା ପାଇଁ ୩୦୦କିମି ପର୍ଯ୍ୟନ୍ତ ସାଇକେଲା ଚଲାଇ ଯାଇଥିଲେ ବାପା। ଏଥିପାଇଁ ତାଙ୍କୁ ତିନିଦିନର ସମୟ ଲାଗିଥିଲା। ଲୋକମାନଙ୍କ ପାଖରେ ଯେତେବେଳେ ଏହି ଖବର ପହଞ୍ଚିଥିଲା ସେମାନେ ଆନନ୍ଦଙ୍କ ଏଭଳି ସାହାସକୁ ଦେଖି ପ୍ରଶଂସା କରିଥିଲେ।
୪୫ବର୍ଷର ଆନନ୍ଦ ବହୁତ ଗରିବ। ତାଙ୍କର ୧୦ବର୍ଷ ପୁଅର ବେଙ୍ଗାଲୁରୁ ନିମହଂସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଆନନ୍ଦ ଦୁଇମାସ ମଧ୍ୟରେ ଥରେ ନିମହଂସକୁ ପୁଅର ଔଷଧ ନେବାକୁ ଯାଇଥାଆନ୍ତି। ଲକଡାଉନ କାରଣରୁ ଗାଡ଼ିମଟର ବନ୍ଦ ଥିବା ହେତୁ ସେ ସାଇକେଲରେ ଏତେ ଲମ୍ବା ଯାତ୍ରା କରିବାକୁ ସ୍ଥିର କରିଥିଲେ। କାରଣ ଡାକ୍ତର କହିଥିଲେ କି ପୁଅକୁ ୧୮ବର୍ଷ ପୂର୍ବରୁ ଯଦି ଔଷଧ ଦେବା ବନ୍ଦ କରିଦେବ ତାକୁ ବାତ ମାରିଲା ଭଳି ରୋଗର ଶିକାର ହେବାକୁ ପଡ଼ିବ। ତେବେ ଡାକ୍ତର ଯେତେବେଳେ ଜାଣିଲେ ସେ ଏତେବାଟରୁ ସାଇକେଲ ନେଇ ଆସିଛନ୍ତି ତାଙ୍କୁ ୧ହଜାର ଟଙ୍କା ବି ଦେଇଥିଲେ।
/sambad/media/post_attachments/93808b2054ede7ec9869131f3c8b9de76b3383ebe3c109f44731a94eba0e7d9e.jpg)
ତେବେ ଏହି ଘଟଣା ପ୍ରଘଟ ହେବାପରେ ଆନନ୍ଦଙ୍କ ପାଖରେ ଅନେକ ସ୍ଥାନୀୟ ନେତା ପହଞ୍ଚି କିଛି ରାସନ ଓ ଔଷଧ ଯୋଗାଇ ଥିଲେ। ଯାହାର ସେମାନେ ଫଟୋ ବି ଉଠାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ନେତାଙ୍କ ମଜାକ ଉଡାଇଛନ୍ତି।
କେହିକେହି କହିଛନ୍ତି, ଆନନ୍ଦ ଯେତେବେଳେ ପୁଅର ଔଷଧ ଆଣିବା ପାଇଁ ୩୦୦କିମି ପର୍ଯ୍ୟନ୍ତ ସାଇକେଲ ଚଲାଇ ଯାଇଥିଲେ ସେତେବେଳେ ତୁମ୍ଭେମାନେ କେଉଁଠିଥିଲ। ଏବେ ଚାଲିଆସି କିଛି ସାହାଯ୍ୟ କ’ଣ କରିଦେଲ ଯେ ତାହାର ଫଟୋ ଉଠାଇ ପୋଷ୍ଟ କରି ବାଃ ବାଃ ସାଉଁଟୁଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Untitled-1-copy-1.jpg)