ଭୁବନେଶ୍ବର: ଅମ୍ଫାନ ଆଜି ଅପରାହ୍ଣରେ ନେଇଛି ଆଉ ଏକ ଜୀବନ। ସାମୁଦ୍ରିକ ବାତ୍ୟା ଅମ୍ଫାନର ଶିକାର ହୋଇ ବାଂଲାଦେଶରେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଅତି ଭୀଷଣ ସାମୁଦ୍ରିକ ବ‌ାତ୍ୟା ଅମ୍ଫାନ ଏବେ ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ଦୀର୍ଘ ୪ଘଣ୍ଟା ଧରି ଅବ୍ୟାହତ ରହିବ। ବାଂଲାଦେଶର ହତିୟା ଉପକୂଳ ଦେଇ ଅମ୍ଫାନ୍  ସ୍ଥଳଭାଗ ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏବେ ବାଂଲାଦେଶରେ ଘଣ୍ଟାପ୍ରତି ୧୬୫ରୁ ୧୮୫ କିମି ବେଗରେ ପବନ ବହିବାକୁ ଆରମ୍ଭ କରିଛି । ଏଥିସହ ଅମ୍ଫାନର ଶିକାର ହୋଇ ବାଂଲାଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ କରିଛି ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏଫପି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଲିଥିବା ତାଜା ସୂଚନା ଅନୁଯାୟୀ ଅମ୍ଫାନ ଏବେ ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି।  ବତ୍ତର୍ମାନ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ  ଅମ୍ଫାନ୍  ସ୍ଥଳଭାଗ ଅତିକ୍ରମ କରିବ। ଏବେ ବାଂଲାଦେଶରେ ଘଣ୍ଟାପ୍ରତି ୧୬୫ରୁ ୧୮୫ କିମି ବେଗରେ ପବନ ବହିବାକୁ ଆରମ୍ଭ କରିଛି । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।