ଦୁର୍ବଳ ହେଲା ସାମୁଦ୍ରିକ ବାତ୍ୟା ‘ସିତ୍ରାଙ୍ଗ’

ଭୁବନେଶ୍ବର: ଦୁର୍ବଳ ହେଲା ସାମୁଦ୍ରିକ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତ ଓ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି।

ସୂଚନାଯୋଗ୍ୟ, ଆଇଏମଡି ପକ୍ଷରୁ ଗତକାଲି ଜାରି ଜାତୀୟ ବୁଲେଟିନରେ କୁହାଯାଇଥିଲା ଯେ ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି। ଏହା ପରେ ସାମୁଦ୍ରିକ ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖିବା ସହ ଅକ୍ଟୋବର ୨୫ ତାରିଖ ସକାଳେ ତିଙ୍କୋନା ଦ୍ୱୀପ ଏବଂ ସାନ୍ଦ୍ୱୀପ୍ ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ବାଂଲାଦେଶରେ ମଙ୍ଗଳବାର ଭୋରରେ ସ୍ଥଳ ଭାଗ ଛୁଇଁଛି। ତେବେ ବାତ୍ୟା ପ୍ରକୋପରେ ୭ଜଣଙ୍କ ଜୀବନ ଯାଇଛି। ତେବେ ପୂର୍ବରୁ ବାଂଲାଦେଶ ସରକାର ଅନେକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବାତ୍ୟାର ପ୍ରକୋପ ସେଭଳି ଉଗ୍ର ନଥିଲେ ବି ବିଭିନ୍ନ ସ୍ଥାନରେ ପବନର ମାତ୍ରା ଅଧିକ ଯୋଗୁ ଗଛ ଉପୁଡି ପଡିଛି। ଏଥିସହିତ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ଏଥି ସହିତ ପ୍ରବଳ ବର୍ଷା ଲାଗି ରହିଛି।

ତେବେ ସେଠାକାର ଅଗ୍ନିଶମ ବିଭାଗ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅନେକ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଂଲାଦେଶର କକ୍ସ ବଜାର ଉପକୂଳ ଦେଇ ବାତ୍ୟା ସିତ୍ରଙ୍ଗ ଯିବ ବୋଲି ଜଣାପଡିବା ପରେ ପ୍ରାୟ ୨୮ହଜାର ୧୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର