ନୂଆଦିଲ୍ଲୀ : ବୁଲ୍ବୁଲ୍ ବାତ୍ୟା କ୍ଷୟକ୍ଷତି ନେଇ ଅତିରିକ୍ତ ସହାୟତା ବାବଦରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ସ୍ମାରକପତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ମିଳିନାହିଁ।
ବୁଲ୍ବୁଲ୍ ବାତ୍ୟାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ସରକାରଙ୍କର ଆନ୍ତଃମନ୍ତ୍ରାଳୟ କମିଟି ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ବୁଲ୍ବୁଲ୍ ବାତ୍ୟାରେ ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟରେ କୌଣସି ମୃତାହତ ହୋଇନଥିବା ରାଜ୍ୟସରକାର ଜଣାଇଛନ୍ତି। ହେଲେ ରାଜ୍ୟରେ ୩୮୦୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାସ୍ତା, ପୋଲ ଓ ଗୃହ ଭଳି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏପ୍ରିଲ ୧, ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଏସଡିଆରଏଫ୍ ଅନ୍ତର୍ଗତ ୪୪୭.୫୨ କୋଟି ଟଙ୍କା ଉପଲବ୍ଧ ରହିଥିବା ତଥା ୨୦୧୯-୨୦ରେ କେନ୍ଦ୍ର ସରକାର ଏସଡିଆରଏଫ୍ ପାଣ୍ଠିରୁ ଓଡ଼ିଶାକୁ ୫୫୨ କୋଟି ଟଙ୍କା ମଞ୍ଜୁରି କରିଥିବା ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି।