ମୋଜାମ୍ବିକ୍‌: ଦକ୍ଷିଣ ଆଫ୍ରିକାରେ ଗତ ସପ୍ତାହରେ ‌ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଇଦାଇ ଜନିତ ମୃତ୍ୟୁସଂଖ୍ୟା ଏବେ ୭୩୨ରେ ପହଞ୍ଚିଛି। ମୋଜାମ୍ବିକ୍‌ ଏବଂ ପଡ଼ୋଶୀ ଜିମ୍ବାୱେ‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। ମୋଜାମ୍ବିକ୍‌ରେ ୪୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିମ୍ବାୱେରେ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ସାମୁଦ୍ରିକ ଝଡ଼ ଜନିତ ପ୍ରବଳ ବର୍ଷା ହେତୁ ମଲାୱିରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମସ୍ତ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଣ୍ଟାକୁ ୨୦୦ କିମି ବେଗରେ ପବନ ବୋହି ମୋଜାମ୍ବିକ୍‌ରେ ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇଛି ସେଥିରୁ ମୁକୁଳିବାପାଇଁ ଲୋକ‌େ ଏବେ ପ୍ରୟାସ ଚାଲିଛି । ଲୋକମାନଙ୍କୁ ବୋଟ୍‌ ଏବଂ ହେଲିକପ୍ଟର ଦ୍ବାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।