ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ଫନି’; ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଫନି’ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଭୟାନକ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ସୁଦ୍ଧା ତୀବ୍ରତର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଏ ଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରି କହିଛନ୍ତି ଯେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକର ସରକାରଙ୍କ ସହ ମିଶି କାମ କରିବାକୁ ସେ ନିବେଦନ କରିଛନ୍ତି। ସମସ୍ତଙ୍କ ନିରାପତ୍ତା ଏବଂ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର