ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମୀକ୍ଷା ବୈଠକ ପାଇଁ ମନା କଲେ ମମତା ସରକାର

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସମୀକ୍ଷା ବୈଠକ କରିବାକୁ ପଶ୍ଚିମବଙ୍ଗ ସରକାର ମନା କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସମ୍ପ୍ରତି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ‘ଫନି’ଜନିତ କ୍ଷୟକ୍ଷତି ସମୀକ୍ଷା କରୁଥିବା ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ସେ ପଶ୍ଚିମବଙ୍ଗର ପରିସ୍ଥିତି ସମୀକ୍ଷା କରିବାକୁ ଚାହାଁନ୍ତି। ଯୋଜନା କରାଯାଇଥିବା ସମୀକ୍ଷା ବୈଠକ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଚିଠି ଲେଖିଥିଲା।

କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ଯେ ମମତା ବାନାର୍ଜୀ ନେତୃତ୍ୱାଧୀନ ସରକାର ନାସ୍ତିସୂଚକ ଜବାବ ମିଳିଛି। ରାଜ୍ୟରେ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବୈଠକ ସମ୍ଭବ ନୁହେଁ ବୋଲି କାରଣ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର