ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ତୋଫାନ ଗାଜା; ତାମିଲନାଡୁରେ ସ୍କୁଲ୍‌, କଲେଜ ବନ୍ଦ; ନୌସେନା ସତର୍କ

ଚେନ୍ନାଇ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍‌ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ପରେ ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା କରାଇବ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା କିଂବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗର ପବନ ସହ ଗାଜା ସ୍ଥଳଭାଗ ଛୁଇଁବ।

ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତୀୟ ନୌସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ଏଜେନ୍‌ସି ସବୁ ପ୍ରସ୍ତୁତ ହୋଇ ରହିଛନ୍ତି।

୩୦, ୫୦୦ ଉଦ୍ଧାରକାରୀମାନେ ପ୍ରସ୍ତୁତ ହୋଇ ରହିଥିବା କଥା ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ତାଞ୍ଜାବୁର, ତିରୁବରୁର, ପୁଡୁକୋଟ୍ଟାଇ, ନାଗାପଟନମ୍‌, କୁଡ୍ଡାଲୋର ଏବଂ ରାମନାଥପୁରମ୍‌ର ଜିଲ୍ଲାପାଳମାନେ ଗୁରୁବାର ନିମନ୍ତେ ସ୍କୁଲ୍‌ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି।

ତାମିଲନାଡୁ ଏବଂ ପୁଦ୍ଦୁଚେରୀ ଛଡ଼ା ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବ। ଆଗାମୀ ଦୁଇ ଦିନ ଧରି ଆନ୍ଧ୍ରର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ତୋଡ଼ ବଢ଼ିବ।

ସମ୍ବନ୍ଧିତ ଖବର