ଟେକ୍ସାସ୍‌ରେ ଆତଙ୍କ ଖେଳାଇଲା ସାମୁଦ୍ରିକ ଝଡ଼ ‘ହାନ୍ନା’

ୱାସିଂଟନ୍‌ : କରୋ‌ନା ପ୍ରଭାବିତ ଟେକ୍ସାସ୍‌ରେ ସାମୁଦ୍ରିକ ଝଡ଼ ‘ହାନ୍ନା’ ଆତଙ୍କ ଖେଳାଇ ଦେଇଛି। ୨୦୨୦ର ଏହା ପ୍ରଥମ ଆଟ୍‌ଲାଣ୍ଟିକ୍‌ ସା‌ମୁଦ୍ରିକ ଝଡ଼। ଟେକ୍ସାସ୍‌ ଉପକୂଳରେ ଏହି ସାମୁଦ୍ରିକ ଝଡ଼ ମାଡ଼ ହେବା ସହ ପ୍ରବଳ ବର୍ଷା ପବନ ଲାଗି ରହିଛି। । ଘଣ୍ଟା ପ୍ରତି ପବନର ବେଗ ୧୪୫ କିମି ରହିଥିବା ଜଣାପଡ଼ିଛି। ଟେକ୍ସାସ୍‌ ଗଭର୍ଣ୍ଣର ଗ୍ରେଗ୍‌ ଆବୋଟ୍‌ ୩୨ଟି ପ୍ରଦେଶ ପାଇଁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଶନିବାର ଦିନ ପାଦ୍ରେ ଦ୍ବୀପରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ଏହି ବାତ୍ୟା ଆଜି ମେକ୍ସିକୋ ଆଡ଼କୁ ଗତି କରିଛି। କରୋନା ମହାମାରୀ ମଧ୍ୟରେ ବାତ୍ୟା ହାନ୍ନା ଲୋକଙ୍କ ସମସ୍ୟାକୁ ଆହୁରି ଅଧିକ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର