ଗୁଜରାଟରୁ ଟଳିଲା ବାତ୍ୟା ବିପଦ : ‘ହିକା’ ଏବେ ଓମାନମୁହାଁ

ଅହମଦାବାଦ : ଆରବସାଗରରେ ଘନୀଭୂତ ବାତ୍ୟା ‘ହିକା’ ଗୁଜରାଟ ଓ ମହାରାଷ୍ଟ୍ର ଉପକୂଳରୁ ମୁହଁ ମୋଡ଼ି ଏବେ ଓମାନ ମୁହାଁ ହୋଇଛି। ଏହି ବାତ୍ୟା ୩ ଜୁନ୍‌ରେ ଗୁଜରାଟ ଏବଂ ମହାରାଷ୍ଟ୍ର ତଟରେ ପହଞ୍ଚିବା ସମ୍ଭାବନା ଥିଲା। ପ୍ରଥମ ବାତ୍ୟା ୩ ଜୁନ୍‌ରେ ମାଡ଼ ହେବାକୁ ଥିବା ବେଳେ ଦ୍ବିତୀୟ ବାତ୍ୟା ‘ହିକା’ ୪ କିମ୍ବା ୫ ଜୁନ୍‌ରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। ଗୁଜରାଟର ତଟବର୍ତ୍ତୀ ଅଂଚଳରେ ଏବେ ୧ ନମ୍ବର ବିପଦ ସଙ୍କେତ ଜାରି ରହିଛି।

ସମ୍ବନ୍ଧିତ ଖବର