ଆରବ ସାଗରରେ ଦାନାବାନ୍ଧୁଛି ସାମୁଦ୍ରିକ ବାତ୍ୟା ହିକ୍କା

ନୂଆଦିଲ୍ଲୀ : ଗୁଜୁରାଟ ଉପକୂଳରେ ସୃଷ୍ଟି ହୋଇଥିବା ଏକ ଡିପ୍ରେସନ ଧୀରେ ଧୀରେ ବାତ୍ୟା ରୂପ ନେଉଛି । ଏହାର ନାମ ଦିଆଯାଇଛି ହିକ୍କା । ତେବେ ଏହି ବାତ୍ୟା ଯୋଗୁଁ ଭାରତର ପଶ୍ଚିମ ଉପକୂଳରେ ବିଶେଷ ପ୍ରଭାବିତ ହେବାର ଆଶଙ୍କା ନାହିଁ । କିନ୍ତୁ ଏହାର ପ୍ରଭାବରେ ଗୁଜୁରାଟ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି ।

ଏହା ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଗୁଜୁରାଟର ବେରାବଲଠାରୁ ୫୬୦ କିମି ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଏବେ ଘଣ୍ଟାପ୍ରତି ୨୧ କିମି ବେଗରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଏହା ପଶ୍ଚିମମୁଖା ହୋଇ ଓମାନ ଆଡକୁ ଯିବାର ସମ୍ଭାବନା ରହିଛି । ଫଳରେ ଏହାର ବିଶେଷ ପ୍ରଭାବ ପଶ୍ଚିମ ଭାରତରେ ପଡିବାର ଆଶଙ୍କା ନାହିଁ । ତେବେ ଏହାର ପ୍ରଭାବରେ ଗୁଜୁରାଟ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ସମ୍ବନ୍ଧିତ ଖବର