ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ଼ ‘ହିନାମନୋର’

ଦକ୍ଷିଣ କୋରିଆରେ କୋଡ଼ିଏ ହଜାର ଘର ଅନ୍ଧାର

ସିଓଲ: ଗତ ରବିବାରଠାରୁ ବର୍ଷା-ପବନ ଲାଗି ରହିଥିବାବେଳେ ସାମୁଦ୍ରିକ ଝଡ଼ ‘ହିନାମନୋର’ ଆଜି କୋରିଆର ଦକ୍ଷିଣାଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଘଣ୍ଟାକୁ ୧୪୪ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି। ଏହାର ପ୍ରଭାବରେ ବ୍ୟାପକ ଗଛ ଭାଙ୍ଗିଛି ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ରାସ୍ତା ନଷ୍ଟ ହେବା ସହ ୨୦,୦୦୦ରୁ ଅଧିକ ଘରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ସତର୍କତା ପଦକ୍ଷେପ ସ୍ବରୂପ ପ୍ରାୟ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଦକ୍ଷିଣ ଉଲସାନରେ ପ୍ରବଳ ବର୍ଷା ଯୋଗୁଁ ପାଣି ସୁଅରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଆଭ୍ୟନ୍ତରୀଣ ଓ ସୁରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏକ ସପ୍ତାହ ପୂର୍ବରୁ ରାଜଧାନୀ ସିଓଲ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅତି କମ୍‌ରେ ୧୪ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର