ରାଜସ୍ଥାନରେ ଝଡ଼ ତୋଫାନ, ୧୨ ମୃତ

ଜୟପୁର: ରାଜସ୍ଥାନର ଟଙ୍କ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଓ ପବନ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ରାତିରୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ଜୀବନହାନି ହେବା ସହ ଶତାଧିକ ଘର ଭାଙ୍ଗିରୁଜି ଯାଇଛି। ଟଙ୍କ ଜିଲ୍ଲାପାଳ ଚିନ୍ମୟୀ ଗୋପାଳ କହିଛନ୍ତି, ଆହତମାନଙ୍କୁ ଜିଲ୍ଳାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର