ସୁପର୍‌ ସାଇକ୍ଲୋନ୍‌ ପାଲଟିଲା ବାତ୍ୟା ‘କିଆର’

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେବ ତୀବ୍ରତର ହେଉଥିବା ବାତ୍ୟା ‘କିଆର’ ଆହୁରି ତୀବ୍ର ହୋଇ ସୁପର୍‌ ସାଇକ୍ଲୋନ୍‌ ବା ମହାବାତ୍ୟା ପାଲଟି ଯାଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ ସୋମବାର ଦିନ କହିଛି।

Image Source: Zee News

ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ସେ ବାତ୍ୟା ଗତ ଅଳ୍ପ କେତେ ଘଣ୍ଟା ହେବ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଏବେ ଏହା ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରୁ ୭୯୦ କିଲୋମିଟର୍‌ ଏବଂ ଓମାନର ସାଲାଲାର ପୂର୍ବ-ଉତ୍ତରପୂର୍ବର ୧୨୦୦ କିଲୋମିଟର ଏବଂ ମାସିରା ପୂର୍ବ-ଦକ୍ଷିଣପୂର୍ବକୁ ୭୪୦ କିଲୋମିଟର୍‌ ଦୂରରେ ରହିଛି। ପରବର୍ତ୍ତୀ ପାଞ୍ଚ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଓମାନ ଉପକୂଳରେ ପହଞ୍ଚିବ।
ସୋମବାର ସନ୍ଧ୍ୟା ଯାଏଁ ବାତ୍ୟା ‘କିଆର୍‌’ ସୁପର୍‌ ସାଇକ୍ଲୋନ୍‌ର ଭଳି ତୀବ୍ରତା ବଜାୟ ରଖିବା ପରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। ଏହି ସମୟ ମଧ୍ୟରେ ମରାଠାଓ୍ଵାଡ଼ା, ବିଦର୍ଭ, ଛତିଶଗଡ଼ ଅଞ୍ଚଳର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର