ଧୀରେ ଧୀରେ ଶକ୍ତି ସଂଚୟ କରୁଛି ସାମୁଦ୍ରିକ ବାତ୍ୟା କ୍ୟାର, ଆସନ୍ତା କାଲି ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା କ୍ୟାର ଧୀରେ ଧୀରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ଗୋଆ ଓ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସୁମୁଦ୍ର ଭୀଷଣ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହା ଯୋଗୁଁ ସମୁଦ୍ରରେ ଉଚ୍ଚା ଜୁଆର ସୃଷ୍ଟିହେବାର ସମ୍ଭାବନା ରହିଛି । ଏହା ଆସନ୍ତା କାଲି ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହା ଯୋଗୁଁ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟରକୁ ଛୁଇଁବା ଆଶଙ୍କା ରହିଛି ।

କ୍ୟାର ଏବେ ମହାରାଷ୍ଟ୍ରର ରତ୍ନଗିରିଠାରୁ ୩୮୦ କିମି ଦକ୍ଷିଣ-ପଶ୍ଚିମରେ ଓ ମୁମ୍ବାଇଠାରୁ ୪୨୫ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା ୫ ଦିନ ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓମାନ ସାଗର ଆଡକୁ ଯିବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ଓ ଏନଡିଆରଏପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର