ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ମୁରୁଦ ଏବଂ ରେବଦାନ୍ଦା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ସ୍ଥଳଭାଗରେ ପ୍ରବେଶ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସ୍ଥଳଭାଗ ପ୍ରବେଶ ବା ଲ୍ୟାଣ୍ଡ୍ଫଲ୍ ସମୟରେ ବତାସର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର୍ ଥିବା କଥା ବାତ୍ୟା ନିସର୍ଗ ଅପରେସନ୍ ଦାୟିତ୍ବରେ ଥିବା ଇନ୍ସ୍ପେକ୍ଟର୍ ମହେଶ କୁମାର କହିଛନ୍ତି।
ଆଜି ପୂର୍ବାହ୍ନ ୧୧: ୩୦ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ପୂର୍ଣ୍ଣ ହେବାକୁ ତିନି ଚାରି ଘଣ୍ଟା ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି।
Image Courtesy of Hindustan Timesରେବଦାନ୍ଦା ଜିଲ୍ଲାପାଳ ନିଧି ଚୌଧୁରୀ କହିଛନ୍ତି ଯେ ସମୁଦାୟ ୧୩, ୫୪୧ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହରାଷ୍ଟ୍ରର ଅନ୍ୟୂନ ସାତଟି ଉପକୂଳବର୍ତ୍ତୀ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିଲା। ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
Image Courtesy of ANIବାତ୍ୟା ପ୍ରବାହ ପଥରେ ଆସୁଥିବା ମୁମ୍ବାଇରେ ୧୬୪ ମିଲିମିଟର୍ରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା କଥା ଜଣାପଡ଼ିଛି। ବାତ୍ୟା ଲ୍ୟାଣ୍ଡ୍ଫଲ୍ କରୁଥିବାରୁ ବାନ୍ଦ୍ରା ଓ ୱର୍ଲି ସି’ ଲିଙ୍କ୍ରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିବା କଥା ପୁଲିସ କହିଛି। ମଧ୍ୟରାତ୍ରୀ ବେଳକୁ ବାତ୍ୟା ‘ନିସର୍ଗ’ର ପ୍ରଭାବ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ବାତ୍ୟା ଯୋଗୁଁ ଗୋଆରେ ମଧ୍ୟ ପ୍ରବଳ ବର୍ଷା ହେଉଛି ଓ ତଳିଆ ଅଞ୍ଚଳ ଜଳପ୍ଳାବିତ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Cyclone-Nisarg-Landfall-Starts-in-Aalibagh_Thumbnail.jpg)