ମାଡ଼ି ଆସୁଛି  ସାମୁଦ୍ରିକ ବାତ୍ୟା ନିସର୍ଗ, ଗୁଜୁରାଟ, ମହାରାଷ୍ଟ୍ରରେ ଏନଡିଆରଏଫ ମୁତୟନ

ଗାନ୍ଧିନଗର : ଗୁଜୁରାଟ ଉପକୂଳ ଆଡ଼କୁ ମାଡ଼ିଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମହାରାଷ୍ଟ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆରବ ସାଗରରେ ସ୍‌ଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଗୁଜୁରାଟରେ ୧୦ଟି ଏନଡିଆରଏଫ ଦଳ ମୁତୟନ କରାଯାଇଛି । ମହାରାଷ୍ଟ୍ରରେ ମଧ୍ୟ ଏନଡିଆରଏଫ ଦଳ ମୁତୟନ କରାଯାଇଛି । ପ୍ରଶାସନ ପକ୍ଷରୁ ତଳି ଅଂଚଳରେ ଥିବା ଲୋକମାନଙ୍କୁ

ସ୍ଥିତିର ସମୀକ୍ଷା ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । ଏହି ଦୁଇ ରାଜ୍ୟକୁ ସବୁପ୍ରକାରର ସହାୟତା କରାଯିବ ବୋଲି ଶାହା କହିଛନ୍ତି ।

ନିସର୍ଗ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଏହା ଫଳରେ ପବନର ବେଗ ୮୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଏଥିପାଇଁ ଏନଡିଆରଏଫ ପ୍ରସ୍ତୁତ ରହିଛି ବୋଲି ଏହାର ମହାନିର୍ଦ୍ଦେଶକ ଏସଏନ ପ୍ରଧାନ କହିଛନ୍ତି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହି ସାମୁଦ୍ରିକ ବାତ୍ୟା ଆସନ୍ତା ୩ ତାରିଖରେ ମହାରାଷ୍ଟ୍ର ଓ ଗୁଜୁରାଟ ସୀମାରେ ଥିବା ହରିହରେଶ୍ବର ନିକଟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟର ବିଭିନ୍ନ ଜିଲ୍ଲା, ଦାମନ ଓ ଦିଉରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ଘଣ୍ଟାପ୍ରତି  ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର