ଗୁଜୁରାଟରେ ଉଖି : ନିର୍ବାଚନ ର‍୍ୟାଲି, ଫ୍ଲାଇଟ୍‌ ବାତିଲ

ବୁଧବାର ପୂର୍ବାହ୍ନରେ ସୁରତରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ଉଖି ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳ ଆଡକୁ ଗତି କରୁଥିବାରୁ ସେହି ଦୁଇ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଫଳରେ ଆସନ୍ତା ଦୁଇଦିନ ଧରି ଉଭୟ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ବୋହିବାର ପୂର୍ବାନୁମାନ ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ବାତ୍ୟା ଏବେ ସୁରତ ଉପକୂଳଠାରୁ ପ୍ରାୟ ୩୯୦ କିଲୋମିଟର ଦୂରରେ ରହିଛି । ଏହା ବୁଧବାର ସକାଳେ ସୁରତ କିମ୍ବା ଆଖପାଖ ଅଞ୍ଚଳରେ ଲାଣ୍ଡଫଲ ଅର୍ଥାତ ଭୂମିକୁ ଛୁଇଁବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମୁମ୍ବାଇକୁ ଯାଉଥିବା ବିଭିନ୍ନ ଫ୍ଲାଇଟ୍‌କୁ ବାତିଲ କରାଯାଇଛି । ଏହା ସହିତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ର‍୍ୟାଲିକୁ ବାତିଲ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବିଜେପି ସଭାପତି ଅମିତ ଶାହ, କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି । ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଏନଡିଆରଏଫକୁ ମୃତୟନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ପରିସ୍ଥିତିର ସମୀକ୍ଷା କରୁଛନ୍ତି ଓ ତାହାର ମୁକାବିଲା ଲାଗି ବିଭିନ୍ନ ବିଭାଗକୁ ସତର୍କ ରଖାଯାଇଛି । ଏହା ସହିତ ଲୋକମାନଙ୍କ ସହାୟତା କରିବା ଲାଗି ସେ ବିଜେପି କର୍ମୀ ମାନଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହି ବାତ୍ୟାର ବିଶେଷପ୍ରଭାବ ମୁମ୍ବାଇ ଉପରେ ପଡିବାର ସମ୍ଭାବନା କମ ଥିଲେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

ସମ୍ବନ୍ଧିତ ଖବର