ଦୁର୍ବଳ ହୋଇ ସୋମାଲିଆ ଉପରେ ଲଘୁଚାପ ରୂପ ନେଲା ସାମୁଦ୍ରିକ ଝଡ଼ ‘ସାଗର’

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ସାଗର’ ଦୁର୍ବଳ ହୋଇ ସୋମାଲିଆ ଉପରେ ଲଘୁଚାପର ରୂପ ଧାରଣ କରିଛି ବୋଲି ରବିବାର ଦିନ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି। ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୮ କିଲୋମିଟର୍‌ ବେଗରେ ଦକ୍ଷିଣ ପଶ୍ଚିମ ଆଡ଼କୁ ଗତି କରୁଥିଲା।

ସୋମାଲିଆର ହର୍ଗେସିଆ ଠାରୁ ୧୪୦ କିଲୋମିଟର୍‌ ଦୂର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଇଥିଓପିଆ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ଆଜି ସକାଳ ସାଢ଼େ ପାଞ୍ଚଟା ସମୟରେ ଏହି ଅବପାତ କେନ୍ଦ୍ରୀଭୂତ ହୋଇଥିଲା। ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରି ଆଗାମୀ ୬ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମେ’ ୨୩ ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ଏହାଛଡ଼ା ରବିବାର ସନ୍ଧ୍ୟା ଆଡ଼କୁ ଦିଲ୍ଲୀରେ ଧୂଳିଝଡ଼ ଏବଂ ବର୍ଷା ହୋଇ ପାରେ ବୋଲି ମଧ୍ୟ ଆଇଏମ୍‌ଡି ସତର୍କ ସୂଚନା ଜାରି କରିଛି।

ସମ୍ବନ୍ଧିତ ଖବର