ନୂଆଦିଲ୍ଲୀ: ଶୁକବ୍ରାର (ଅକ୍ଟୋବର ୧) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍’ ସୃଷ୍ଟି ହେବାର ସମ୍ଭାବନା ରହିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଓ ଭୀଷଣ ବର୍ଷା ହେବ।
ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମାଞ୍ଚଳ ଏବଂ ଆଖପାଖରେ ଗୋଟାଏ ସୁଦୃଶ ଲଘୁଚାପ ପ୍ରକ୍ରିୟା ମଧ୍ୟ ରହିଛି। ‘ଜଏଣ୍ଟ୍ ଟାଇଫୁନ୍ ୱାର୍ଣ୍ଣିଙ୍ଗ୍ ସେଣ୍ଟର୍’ କହିଥିଲା, ଏହା ଗୋଟାଏ ସ୍ଥଳଭାଗ ବାତ୍ୟାରେ ରୂପାନ୍ତର ହୋଇପାରେ କିନ୍ତୁ, ଏହା ଉଷ୍ମତା ଓ ଶୀତଳତା ବଦଳ କ୍ଷେତ୍ର ବୋଲି ପରେ କହିଛି।
/sambad/media/post_attachments/wp-content/uploads/2021/09/saheen.jpg)
ଏହା ସାମୁଦ୍ରିକ ବାତ୍ୟା ନ ପାଲଟି ପାରେ। ଏହା କିଛି ସମୟ ଧରି ସୁଦୃଶ ହୋଇ ରହିବ। ଏଥିଯୋଗୁଁ ଗତକାଲି ଓ ଆଜି ବର୍ଷା ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ’ର ବାତ୍ୟା ଦାୟିତ୍ବରେ ଥିବା ସୁନୀତା ଦେବୀ କହିଛନ୍ତି।
କତାର୍ ଏହି ବାତ୍ୟାର ନାମକରଣ କରିଛି ‘ଶାହୀନ୍’। ‘ଶାହୀନ୍’ର ଅର୍ଥ ‘ରାଜକୀୟ ଶ୍ବେତ ବାଜ’ ବା ‘ଛଞ୍ଚାଣ’ ପକ୍ଷୀ (ଗରୁଡ଼)।