ନୂଆଦିଲ୍ଲୀ: ଆଜି ଉତ୍ତରପୂର୍ବ ଆରବ ସାଗର ଉପରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ଶାହୀନ୍’ ରାତି କିଂବା ଆଗାମୀକାଲି ସକାଳ ବେଳକୁ ତୀବ୍ରତର ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
‘ଶାହୀନ୍’ ଭାରତୀୟ ଉପକୂଳ ଅତିକ୍ରମ ନ କଲେ ମଧ୍ୟ କଚ୍ ଓ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଗୁଜରାଟ ଉପକୂଳ ଅନ୍ତର୍ଗତ ଉତ୍ତରପୂର୍ବ ଆରବ ସାଗର ଉପରେ ସଂଘଠିତ ଲଘୁଚାପ ଦେବଭୂମି ଦ୍ବାରକାର (ଗୁଜରାଟ) ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ପ୍ରାୟ ୨୫୫ କିଲୋମିଟର, କରାଚିର (ପାକିସ୍ତାନ) ଦିକ୍ଷିଣ-ଦକ୍ଷିଣପଶ୍ଚିମ ଦିଗକୁ ପ୍ରାୟ ୧୮୦ କିଲୋମିଟର ଏବଂ ଚାବହାର ବନ୍ଦରର (ଇରାନ୍) ପୂର୍ବ-ଦକ୍ଷିଣପୂର୍ବକୁ ପ୍ରାୟ ୬୬୦ କିଲୋମିଟର ଦୂରବର୍ତ୍ତୀ ଅଞ୍ଚଳରେ ଗୁରୁବାର ରାତିରେ ଉକ୍ତ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ଅଳ୍ପ କେତେ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ସାମୁଦ୍ରିକ ବାତ୍ୟା ‘ଶାହୀନ୍’ରେ ପରିଣତ ହେବ।
Image Courtesy of Navjeevan Expressପରେ ଏହା ଆହୁରି ତୀବ୍ରତର ହୋଇ ଘଣ୍ଟାପ୍ରତି ୧୧୦ କିଲୋମିଟର୍ ବେଗର ପବନ ଝଟକା ଏବଂ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗର ବତାସସମ୍ପନ୍ନ ଉଗ୍ର ସାମୁଦ୍ରିକ ତୋଫାନ ପାଲଟିବ। ଏହା ପରେ ସେ ବାତ୍ୟା ଭାରତୀୟ ଉପକୂଳରୁ ଦୂରେଇ ଯାଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ପାକିସ୍ତାନ ଓ ମାକରାନ୍ ଉପକୂଳ ଆଡ଼କୁ ମୁହାଁଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/shaheen.jpg)