ନୂଆଦିଲ୍ଲୀ: ସୋମବାର ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ ଆରମ୍ଭ କରିଥିବା ସାମୁଦ୍ରିକ ବାତ୍ୟା ତୌତେ ଏବେ ଦୁର୍ବଳ ହୋଇଛି | ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ସାମୁଦ୍ରିକ ବାତ୍ୟା ତୌତେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟର କିଛି କିଛି ସ୍ଥାନରେ ଏବେ ବର୍ଷା ଲାଗିରହିଛି | ବାତ୍ୟା ସହ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୯୦କିଲୋମିଟର ଥିବାରୁ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି | ବଡ ବଡ ଗଛ ଉପୁଡି ପଡିବ ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି |
/sambad/media/post_attachments/18a5bb18513cb5a0168c89e16539466213433d9bf47167642b4b815c7d5549c6.jpg)
ତେବେ ହେଲେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ ୧୬ ଜଣଙ୍କର ଜୀବନ ଯାଇଛି। ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟରେ ବାତ୍ୟା ପ୍ରଭାବରେ କେତେଜଣଙ୍କ ଜୀବନ ଯାଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ | ଏହା ସହ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ପାଇଁ ସୁରତ ବିମାନବନ୍ଦରକୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି |