ଚାପ କାମ ଦେଲା : ଓଡ଼ିଶାକୁ ମିଳିଲା ୧୦୨୪ କୋଟି

ଶେଷରେ ତିତଲି କ୍ଷତରେ ମଲମ ଲଗାଇଲା କେନ୍ଦ୍ର, ପ୍ରଥମ ବୈଠକରେ ଆନ୍ଧ୍ରକୁ ଦେଇଥିଲେ, ଓଡ଼ିଶା ନଥିଲା

ନୂଆଦିଲ୍ଲୀ : ତିତଲି ବାତ୍ୟା ବିପର୍ଯ୍ୟୟ ସହାୟତା ପ୍ରଦାନ ପ୍ରସଙ୍ଗରେ ଶେଷରେ ଓଡ଼ିଶାକୁ ନ୍ୟାୟ ମିଳିଛି। କେନ୍ଦ୍ର ସରକାର ପ୍ରବଳ ଚାପରେ ପଡି ଆଜି ଓଡ଼ିଶା ସଂପର୍କରେ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ତିତଲି ବାତ୍ୟା କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୧୦୨୩ କୋଟି ୫୯ଲକ୍ଷ ଟଙ୍କାର ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯିବ। ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାେର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାକୁ ସହାୟତା ନିଷ୍ପତ୍ତି େହାଇଛି। ତ୍ରିପୁରାକୁ ମଧ୍ୟ ବନ୍ୟା ଓ ଭୂସ୍ଖଳନ କ୍ଷୟକ୍ଷତି ପାଇଁ ୨୬୮ କୋଟି ୬୩ଲକ୍ଷ ଟଙ୍କା ମିଳିବ େବାଲି ଏହି ବୈଠକରେ ସ୍ଥିର େହାଇଛି।

ବୈଠକରେ କ୍ଷୟକ୍ଷତି ଆକଳନ ରିେପାର୍ଟ, ରାଜ୍ୟ ସରକାରଙ୍କ ସ୍ମାରକପତ୍ରକୁ ଉଚ୍ଚସ୍ତରୀୟ କମିଟି ତର୍ଜମା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି, େକନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ, କେନ୍ଦ୍ର ଗୃହ ସଚିବ ରାଜୀବ ଗ୍ବାବା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପୂର୍ବରୁ ତିତଲି କ୍ଷୟକ୍ଷତି ପାଇଁ େକନ୍ଦ୍ର ଉଚ୍ଚସ୍ତରୀୟ କମିଟି ଆନ୍ଧ୍ର ପ୍ରଦେଶକୁ ସହାୟତା ପ୍ରଦାନ କରିଥିଲେ ହେଁ, ଓଡ଼ିଶା କଥାକୁ ବିଚାରକୁ ନିଆଯାଇନଥିଲା।

ଏହି ବୈଠକରେ ଆନ୍ଧ୍ରପ୍ରଦେଶକୁ ୫୩୯ େକାଟି ୫୨ଲକ୍ଷ ଟଙ୍କା, େକରଳକୁ ବନ୍ୟା କ୍ଷୟକ୍ଷତି ପାଇଁ ୩୦୪୮ େକାଟି ୩୯ଲକ୍ଷ ଟଙ୍କା ଓ ନାଗାଲାଣ୍ଡକୁ ଭୂସ୍ଖଳନ ପାଇଁ ୧୩୧ େକାଟି ୧୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଓଡ଼ିଶା ସଂପର୍କରେ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇନଥିଲା।

ଏ େନଇ ଗଣମାଧ୍ୟମରେ ରିେପାର୍ଟ ପ୍ରକାଶ ପାଇବା ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। େଖାଦ୍ ମୁଖ୍ୟମନ୍ତ୍ରୀ େକନ୍ଦ୍ର ସରକାରଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିେଲ ଓ ନିଜେ ଟେଲିଫୋନ କରି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ କଥା େହାଇଥିଲେ। ଏପଟେ େକନ୍ଦ୍ର େପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆେଲାଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ତିତଲି ଓ ବନ୍ୟା ଓଡ଼ିଶାରେ ଗଭୀର ପ୍ରଭାବ ପକାଇଥିଲା। ରାଜ୍ୟ ସରକାର ୨୭୮୦ େକାଟି ଟଙ୍କାର ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହାକୁ ଭିତ୍ତି କରି େକନ୍ଦ୍ର ସରକାରଙ୍କ ଏକ ୭ ଜଣିଆ କମିଟି ଗଠନ କରିଥିଲେ। େକନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଏସ୍ କେ ସାହିଙ୍କ େନତୃତ୍ବରେ ଏହି ଟିମ୍ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ଉପରେ େକନ୍ଦ୍ର ସରକାରଙ୍କୁ ତାଙ୍କ ରିେପାର୍ଟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅନୁେରାଧ ଆଧାରରେ େକନ୍ଦ୍ର ସରକାର ଏସଡିଆର୍ଏଫ୍ ପାଣ୍ଠିରୁ ୩୮୯ େକାଟି ୨୫ଲକ୍ଷ ଟଙ୍କା ନଭେମ୍ବର ଦ୍ବିତୀୟ ସପ୍ତାହରେ ଅନୁେମାଦନ କରାଯାଇଥିଲା।

ସମ୍ବନ୍ଧିତ ଖବର