ଭୀଷଣ ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରେ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି

ଅହମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ତୌତେର ଲାଣ୍ଡଫଲ ପ୍ରକ୍ରିୟା ଏପର୍ୟ଼୍ୟନ୍ତ ଜାରି ରହିଛି । କିଛି ସମୟ ତଳେ ଏହି ବାତ୍ୟାର ଆଖି ସ୍ଥଳଭାଗ ଛୁଇଁଛି । ଏହି ବାତ୍ୟାର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯ଼ାଇଛି । କେତେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଯ଼ୋଗାଣ ବ୍ୟାହତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଏହା ବାତ୍ୟା ଗୁଜୁରାଟର ସୌରାଷ୍ଟ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ଏବେ ଉକ୍ତ ଅଞ୍ଚଳରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ବୋହୁଛି । ଏହାର ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଲହରି ଆସୁଥିବା ଜଣାଯ଼ାଇଛି । ସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନାକୁ ପ୍ରସ୍ତୁତ ରଖାଯ଼ାଇଛି । ସେନାର ପ୍ରାୟ ୧୮୦ଟି ଟିମ, ଏନଡିଆରଏଫ, ଏସଡିଆରଏଫର ଟିମଗୁଡ଼ିକ ପ୍ରସ୍ତୁତ ରହିଛନ୍ତି ।

ଅନ୍ୟପକ୍ଷରେ, ଏହି ବାତ୍ୟା ଯ଼ୋଗୁଁ ମହାରାଷ୍ଟ୍ରରେ ଛଅ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

 

ସମ୍ବନ୍ଧିତ ଖବର