ସାମୁଦ୍ରିକ ବାତ୍ୟା ‘ବାୟୁ’ର ପ୍ରଭାବ ଗୁଜୁରାଟରୁ ଟଳି ଯାଇଥିଲେ ହେଁ ୨୪ଘଣ୍ଟା ପର୍ଯ୍ୟନ୍ତ ରହିଛି ବିପଦ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ର ବିପଦ ଗୁଜୁରାଟରୁ ଟଳି ଯାଇଛି। ‘ବାୟୁ’ର ସମ୍ଭାବିତ ପ୍ରଳୟକୁ ଦେଖି ପାଣିପାଗ ବିଭାଗ ଆଲର୍ଟ ରହିଛନ୍ତି। ଗୁରୁବାର ସକାଳେ ‘ବାୟୁ’ ବିପଦ ଟଳି ଯାଇଥିବା ଖବର ମିଳିଥିଲା। ତଥାପି  କିଛି ବି ବିପଦର ସାମ୍ନା କରିବା ପାଇଁ ଏନ୍‌ଡିଆରଏଫର ୫୨, ଏସ୍‌ଡିଆରଏଫ୍‌ର ୯, ଏସ୍‌ଆର୍‌ପିର ୧୪ କମ୍ପାନି କର୍ମଚାରୀଙ୍କୁ  ନିୟୋଜିତ କରାଯାଇଛି। କେନ୍ଦ୍ର ସରକାର ବି ରାଜ୍ୟ ସରକାରଙ୍କ ସହିତ ମିଶି ମୁକାବିଲା ଲାଗି ତତ୍ପର ରହିଛନ୍ତି।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ସାମୁଦ୍ରିକ ବାତ୍ୟା ‘ବାୟୁ’ ଉପରେ ହୋଇଥିବା ବୈଠକରେ କହିଥିଲେ, କି ପାଣିପାଗ ବିଭାଗ ସୂଚନା ମୁତାବକ, ଗୁଜୁରାଟ ଉପରେ ବିପଦ ବନି ଆସୁଥିବା ‘ବାୟୁ’ ଏବେ ଓମାନ୍‌ ଆଡକୁ ମୁହାଁଇଛି। କିନ୍ତୁ ଏହାପରେ ବି ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ଗୁଜୁରାଟ ଉପରେ ବିପଦ ରହିଥିବା  କୁହାଯାଉଛି। ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ଏନ୍‌ଡିଆରଏଫ୍‌ର ଟିମ୍‌ ହାଇ ଆଲର୍ଟରେ ରହିବେ। ପ୍ରଭାବିତ ୧୦ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଶୁକ୍ରବାର ବନ୍ଦ ରହିବ।

ସମ୍ବନ୍ଧିତ ଖବର