ନୂଆଦିଲ୍ଲୀ: ମେ ୪ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଜଳରାଶିରେ ଗୋଟାଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା କଥା ରବିବାରଦ ଦିନ ଭାରତୀୟ ପାଣିପାଗ ବିଭାଗ କହିଛି।

Advertisment

ଏହାର ପ୍ରଭାବରେ ମେ ୬ ତାରିଖରେ ଉପରୋକ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ଭଳି ଜଣାପଡୁଛି।

publive-image

ଏଥିଯୋଗୁଁ ମେ ୫ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ, ମେ ୪ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଏହାଛଡ଼ା, ମେ ୪ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସାଗରରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ଝୁଙ୍କ ସହ ୪୦ରୁ ୫୦ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ‌ହୋଇପାରେ।