ମେ ୧୧ ପର୍ଯ୍ୟନ୍ତ ୧୩ ରାଜ୍ୟରେ ଝଡ଼ ତୋଫାନ ଆଶଙ୍କା

ନୂଆଦିଲ୍ଲୀ : ପାଣିପାଗ ବିଭାଗ ଆଜି ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଂଜାବରେ ଝଡ଼ତୋଫାନ ଚେତବାନୀ ଜାରି କରିଛି। ଏହି ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିଝଡ଼ ଆଶଙ୍କା କରାଯାଇଛି। ପୂର୍ବ ଏବଂ ଉତ୍ତର ଭାତରରେ ୧୧ ମେ ପର୍ଯ୍ୟନ୍ତ ୧୩ଟି ରାଜ୍ୟରେ ଝଡ଼ତୋଫାନ ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି। ୬ଟି ଉତ୍ତରପୂର୍ବ ରାଜ୍ୟ ଆସାମ, ମେଘାଳୟ. ନାଗାଲାଣ୍ଡ୍‌, ମଣିପୁର, ମିଜୋରାମ୍‌ ଏବଂ ତ୍ରିପୁରାର ଅନେକ ଅଂଚଳରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ପଶ୍ଚିମ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର