ଇସଲାମାବାଦ୍ : ପାକିସ୍ତାନର ଅଟକ ଅଞ୍ଚଳରେ ଥିବା ଏକ ମେଡିକାଲ ପରିସରରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅତି କମ୍ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉକ୍ତ ମେଡିକାଲ ପରିସରରେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ବିସ୍ଫୋରିତ ହେବାରୁ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗ କୋଠାଟି ଭଶୁଡ଼ି ପଡ଼ିଥିଲା। କୋଠାର ଭଗ୍ନାବଶେଷ ତଳେ ଚାପି ହେଇ ମହିଳା ଓ ଶିଶୁ ସମେତ ୬ ଜଣ ଆଖି ବୁଜିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp