ସାଇରସ ମିସ୍ତ୍ରୀ ଦୁର୍ଘଟଣା: ଅନାହିତା ପାଣ୍ଡୋଲଙ୍କର ହେଲା ଜଙ୍ଘ ହାଡ଼ ଅପରେସନ

ମୁମ୍ବାଇ : ସେପ୍ଟେମ୍ବର ୪ରେ ପାଲଘରଠାରେ ଯେଉଁ କାର୍ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ସେହି ଗାଡ଼ିରେ ବସିଥିବା ଡ. ଅନାହିତା ପାଣ୍ଡୋଲ (୫୫) ଗୁରୁତର ଆହତ ହୋଇଥିଲେ। ତାଙ୍କର ଅଣ୍ଟାରୁ ଆଣ୍ଠୁ ଯାଏ ଯାଇଥିବା ହାଡ଼ଟି ଭାଙ୍ଗିଯାଇଥିଲା। ଗୁରୁବାର ମୁମ୍ବାଇ ସ୍ଥିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ତାଙ୍କର ପ୍ରଥମ ମେଜର ଅପରେସନ ହୋଇଛି।

ଦିକ୍ଷିଣ ମୁମ୍ବାଇର ଏହି ହସ୍ପିଟାଲର ଡାକ୍ତର କହିଛନ୍ତି ଯେ ପାଣ୍ଡୋଲଙ୍କର ପେଲ୍‌ଭିକ୍ ରିକନ୍‌ଷ୍ଟ୍ରକ୍ସନ ସର୍ଜରି ହୋଇଛି। ବର୍ତ୍ତମାନ ୨୦ ଜଣ ବିଭିନ୍ନ ବିଷୟର ବିଶେଷଜ୍ଞ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଉକ୍ତ ଦୁର୍ଘଟଣାରେ ଗାଡ଼ିରେ ଥିବା ମସ୍ତ୍ରୀ ଓ ଜେହାଙ୍ଗିର ପାଣ୍ଡୋଲଙ୍କର ମୃତ୍ୟୁ ହୋଇଥିବା ବେଳେ ଡ. ପାଣ୍ଡୋଲ ଓ ତାଙ୍କ ସ୍ବାମୀ ଡାରିୟସ ମଲ୍ଟିପ୍‌ଲ ଫ୍ରାକ୍ଚର ସହ ଗୁରୁତର ଆହତ ହୋଇଥିଲେ। ଡାରିୟସଙ୍କର ମେରୁହାଡ଼ ସହ ଅନେକ ହାଡ଼ ଭାଙ୍ଗିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିଲେ ବି ଆହୁରି ଅନେକ ଅପରେସନ ଦରକାର ପଡ଼ିବ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର