ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ : କାର ଚଳାଉଥିଲେ ମୁମ୍ବାଇର ମହିଳା ଡାକ୍ତର

ମୁମ୍ବାଇ : ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ ଖୋଲିବାରେ ଲାଗିଛି । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣା ହୋଇଥିବା ମର୍ସିଡିଜ କାରକୁ ମୁମ୍ବାଇର ବିଶିଷ୍ଠ ପ୍ରସୂତି ବିଶେଷଜ୍ଞ ଡ.ଅନାହିତା ପାଣ୍ଡୋଲେ (୫୫) ଚଳାଉଥିଲେ । କାରରେ ବସିଥିଲେ ତାଙ୍କ ସ୍ବାମୀ ଡାରିଅସ ପାଣ୍ଡୋଲେ (୬୦) । ପଛ ସିଟରେ ବସିଥିଲେ ଡାରିଅସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲେ ଓ ସାଇରସ ମିସ୍ତ୍ରୀ । ଏହି ଦୁର୍ଘଟଣାରେ ଜାହାଙ୍ଗୀର ଓ ସାଇରସଙ୍କ ମୃତ୍ୟୁ ହୋଇଥିଲା ।

କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଅନାହିତା ଆଉ ଏକ କାରକୁ ଓଭରଟେକ କରିବାକୁ ଯାଇ ରାସ୍ତାର ଡିଭାଇଡରରେ ପିଟି ଦେଇଥିଲେ । ମୁମ୍ବାଇ ଅହମ୍ମଦାବାଦ ରାସ୍ତାରେ ଥିବା ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସାଇରସ ଓ ଜାହାଙ୍ଗୀର ଗୁରୁତରଭାବେ ଆହତ ହୋଇଥିଲେ ।

ରାସ୍ତା କଡ଼ରେ ଥିବା ଏକ  ଗ୍ୟାରେଜର ମେକାନିକମାନେ ଏହି ଦୁର୍ଘଟଣା ଦେଖବା ପରେ ପୁଲିସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ସାଇରସ ଓ ଜାହାଙ୍ଗୀରଙ୍କୁ ହସପିଟାଲ ନେଇଥିଲା । ଉଭୟଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ମୃତ୍ୟୁ ହୋଇଥିଲା ।

ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ବ୍ୟବସାୟ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିଳ୍ପପତି ନବୀନ ଜିନ୍ଦଲ, ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।

 

ସମ୍ବନ୍ଧିତ ଖବର