କର୍ଣ୍ଣାଟକ କଂଗ୍ରେସରେ ସଙ୍କଟମୋଚକ ସାଜିଥିବା ଶିବକୁମାର କହିଲେ, ଆସ୍ଥା ଭୋଟ୍ ଆଗରୁ କଂଗ୍ରେସରୁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗଲୁରୁ:  କର୍ଣ୍ଣାଟକ କଂଗ୍ରେସରେ ସଙ୍କଟମୋଚକ ସାଜିଥିବା ଡି.କେ ଶିବକୁମାର ସରକାର ନେଇ ଆଜି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାର ବଞ୍ଚାଇବା ପାଇଁ ଜେଡିଏସ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । କଂଗ୍ରେସରୁ ଜଣେ ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।ଏଥିପାଇଁ ଜେଡିଏସ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି । ଶିବକୁମାର ଆହୁରି କହିଛନ୍ତି , ଏ ନେଇ ଦଳୀୟ ହାଇକମାଣ୍ଡଙ୍କୁ ବି ଜଣାଇଦିଆଯାଇଛି । ତେବେ ଏହି ବୟାନ କର୍ଣ୍ଣାଟକ ରାଜନୀତିରେ କି ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥାଭୋଟ ହେବାର ଅଛି ।

ସେପଟେ, କର୍ଣ୍ଣାଟକ ନାଟକରେ ଆଜି ପଡ଼ିପାରେ ଯବନିକା । ଦୁଇ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହେବ ବିଧାନସଭା । ଆସ୍ଥା ଉପରେ ଚାଲିଥିବା ଆଲୋଚନାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ହେବ ଆସ୍ଥା ଭୋଟ୍ । ଆଉ ଏହି ଭୋଟ୍ ହିଁ  କର୍ଣ୍ଣାଟକ ରାଜନୀତିର ଭାଗ୍ୟ ନିର୍ଣ୍ଣୟ କରିବ । କଂଗ୍ରେସ-ଜେଡିଏସ୍ ମେଂଟ ସରକାର ରହିବ ନା’ ବିଜେପି କ୍ଷମତା ଲଢ଼େଇରେ ବାଜି ମାରିବ, ହୁଏତ ଆଜି ସ୍ପଷ୍ଟ ହୋଇଯିବ ।

photo-oneindia

ଆଉ ଏହା ଭିତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ   ଜେଡିଏସ୍ ଏବଂ କଂଗ୍ରେସ ବିଧାୟକଙ୍କୁ ନେଇ  ଏକ ବୈଠକ କରିଛନ୍ତି । ସେହିପରି ବିଦ୍ରେହୀ ବିଧାୟକଙ୍କୁ ଏହି ଆସ୍ଥା ଭୋଟ୍ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର