ଶପଥ ନେବା ପୂର୍ବରୁ ନିଜର ନାଁ ବଦଳାଇଲେ ୟେଦ୍ୟୁରାପ୍ପା

ବାଙ୍ଗାଲୁରୁ : ଆଜି ସଂଧ୍ୟାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜେପି ନେତା ବିଏସ ୟେଦ୍ୟୁରାପ୍ପା । ତେବେ ଗତ ବର୍ଷ ଶିକାରିପୁରାରୁ ନିର୍ବାଚନ ଜିତିଥିବା ଓ ଆଜି ଶପଥ ନେବାକୁ ଯାଉଥିବା ୟେଦ୍ୟୁରାପ୍ପାଙ୍କ ମଧ୍ୟରେ ଏକ ପ୍ରଭେଦ ରହିଛି । ଗତ ବର୍ଷ ନିଜର ନିର୍ବାଚନ ସତ୍ୟପାଠରେ ସେ ନିଜ ନାମ BS Yeddyurappa ଲେଖିଥିବାବେଳେ ଆଜି ସେ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଲେଖିଥିବା ପତ୍ରରେ ନିଜ ନାଁ BS Yediyurappa ଲେଖିଛନ୍ତି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଦୁଇଜଣ ଅଲଗା ଅଲଗା ବ୍ୟକ୍ତି ନୁହଁନ୍ତି ।

ନ୍ୟୁମେରୋଲୋଜିଷ୍ଟ ବା ଅଙ୍କ ଜ୍ୟୋତିଷଙ୍କ ପରାମର୍ଶକ୍ରମେ ୟେଦ୍ୟୁରାପ୍ପା ନିଜ ନାଁରେ କେତେକ ପରିବର୍ତ୍ତନ ନିଜର ପୁରୁଣା ନାମକୁ ଫେରିଯାଇଛନ୍ତି । ୨୦୦୭ ପୂର୍ବରୁ ତାଙ୍କ ନାଁ BS Yediyurappa ଥିଲା । କିନ୍ତୁ ସେହିବର୍ଷ ଅଙ୍କ ଜ୍ୟୋତିଷଙ୍କ ପରାମର୍ଶକ୍ରମେ ସେ ନିଜର ନାଁ କୁ ବଦଳାଇଥିଲେ । ଏହା ଦ୍ୱାରା ତାଙ୍କ ରାଜନୈତିକ ଭାଗ୍ୟ ବଦଳିବ ବୋଲି ସେ ବିଶ୍ୱାସ କରୁଥିଲେ । କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଭାଗ୍ୟରେ ବିଶେଷ ପରିବର୍ତ୍ତନ ଆସିଲା ନାହିଁ । ପୂର୍ବରୁ ତିନିଥର ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କୌଣସି ଥର ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରିନାହାନ୍ତି । ଏଣୁ ଏଥର ସେ ନିଜର ପୁରୁଣା ନାଁକୁ ପୁଣି ଫେରିଯାଇଛନ୍ତି, କାଳେ ଭାଗ୍ୟ ବଦଳିବ !

ସମ୍ବନ୍ଧିତ ଖବର