ପ୍ରକାଶ ପାଇଲା ବିଜେପିର ନୂଆ ପ୍ରଭାରୀ ତାଲିକା : ଡି. ପୁରନ୍ଦେଶ୍ବରୀ ଓଡ଼ିଶାର ନୂଆ ବିଜେପି ପ୍ରଭାରୀ

ବୈଜୟନ୍ତ ପଣ୍ଡା ଦିଲ୍ଲୀ ଓ ଆସାମର ପ୍ରଭାରୀ, ସମ୍ବିତ ପାତ୍ର ମଣିପୁର ପ୍ରଭାରୀ

ନୂଆଦିଲ୍ଲୀ : ଆଜି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଜେପି ପ୍ରଭାରୀମାନେ ବଦଳିଛନ୍ତି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଜେପି ପ୍ରଭାରୀମାନଙ୍କ ନାମ ଘୋଷଣା କରିଛନ୍ତି। ଓଡ଼ିଶାର ନୂଆ ବିଜେପି ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ବରୀଙ୍କ ନାମ ଘୋଷିତ ହୋଇଥିବାବେଳେ ସମ୍ବିତ ପାତ୍ର ମଣିପୁର ଏବଂ ବୈଜୟନ୍ତ ପଣ୍ଡା ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଆଣ୍ଡାମାନ ଓ ନିକୋବର ବିଜେପି ପ୍ରଭାରୀ ଭାବେ ସତ୍ୟା କୁମାର, ଆନ୍ଧ୍ରପ୍ରଦେଶର ବି. ମୁରଲୀଧରନ୍‌, ଅରୁଣାଚଳ ପ୍ରଦେଶ ଦିଲ୍ଲୀପ ସୌକିୟା, ବିହାର ଭୁପେନ୍ଦ୍ର ଯାଦବ, ଚଣ୍ଡିଗଡ଼ ଦୁଷ୍ୟନ୍ତ କୁମାର ଗୌତମ, ଛତିଶଗଡ଼ ଡି. ପୁରନ୍ଦେଶ୍ବରୀ, ଡାମନ ଡିୟୁ ଓ ଦାଦ୍ରା ନଗର ହାବେଳିର ବିଜୟା ରହାତ୍‌କର, ଗୋଆର ସି.ଟି. ରବି, ଗୁଜୁରାଟର ଭୂପେନ୍ଦ୍ର ଯାଦବ, ହରିଆଣାର ବିନୋଦ ତାଓଡେ, ହିମାଚଳପ୍ରଦେଶର ଅବିନାଶ ରାୟ ଖାନ୍ନା, ଜମ୍ମୁ-କାଶ୍ମୀର ଓ ଲଦାଖର ତରୁଣ ଚୁଗ୍‌, ଝାଡ଼ଖଣ୍ଡର ଦିଲ୍ଲୀପ ସାଇକିଆ, କର୍ଣ୍ଣାଟକ ଅରୁଣ ସିଂହ, କେରଳର ସି.ପି. ରାଧାକ୍ରିଷ୍ଣନ୍‌, ଲାକ୍ଷାଦୀପର ଅବ୍‌ଦୁଲ୍ଲାକୁଟ୍ଟି, ମଧ୍ୟପ୍ରଦେଶର ପି. ମୁରଲୀଧର ରାଓ, ମହାରାଷ୍ଟ୍ରର ସି.ଟି. ରବି, ମେଘାଳୟର ଚୁବା ଏ ଓ, ମିଜୋରାମର ମମ୍ମୋହନ୍‌ଲୁମୋ କିକୋନ୍‌, ନାଗାଲାଣ୍ଡର ନଳିନୀ କୋହଲି, ପୁଡୁଚେରୀର ନିର୍ମଳ କୁମାର ସୁରାଣା, ପଞ୍ଜାବର ଦୁଷ୍ୟନ୍ତ କୁମାର ଗୌତମ, ରାଜସ୍ଥାନର ଅରୁଣ ସିଂହ, ସିକିମ୍‌ର ସୁକାନ୍ତା ମଜୁମ୍‌ଦାର, ତାମିଲନାଡୁର ସି.ଟି. ରବି, ତେଲେଙ୍ଗାନାର ତରୁଣ ଚୁଗ୍‌, ତ୍ରିପୁରାର ବିନୋଦ ସୋନ୍‌କର, ଉତ୍ତରପ୍ରଦେଶର ରାଧାମୋହନ ସିଂହ, ଉତ୍ତରାଖଣ୍ଡର ଦୁଷ୍ୟନ୍ତ କୁମାର ଗୌତମ, ପଶ୍ଚିମବଙ୍ଗର କୈଳାସ ବିଜୟବର୍ଗୀୟଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର