ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ସରକାର ଦେଇପାରନ୍ତି ୧୦ ହଜାର ଟଙ୍କାର ଉପହାର !

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁସାରେ ଦରମା ବଢି଼ବାକୁ ଅପେକ୍ଷା କରିଛନ୍ତି | ମୋଦୀ ସରକାର ଖୁବ ଶୀଘ୍ର ସପ୍ତମ ବେତନ କମିଶନର ସୁପାରିଶକୁ ଭିତ୍ତି କରି ବର୍ଦ୍ଧିତ ଦରମା ବାବଦରେ ଘୋଷଣା କରିପାରନ୍ତି ବୋଲି କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ଆଶା ବାନ୍ଧି ବସିଛନ୍ତି | ତେବେ ଚର୍ଚ୍ଚା ହେଉଛି ଯେ ଜାନୁୟାରି ୨୦୨୦ ସୁଦ୍ଧା ସରକାରୀ କର୍ମଚାରୀଙ୍କର ଦରମା ବଢ଼ିଯାଇପାରେ | କାରଣ ମହଙ୍ଗା ଭତ୍ତା(ଡ଼ିଏ)ରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି |

Image Source: India Today

ଯଦି ମୋଦୀ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବେ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କର ଦରମାରେ ୭୨୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏଁ ବୃଦ୍ଧି ହୋଇପାରେ | ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଡିଏ ଅନୁମାନଠାରୁ ଅଧିକ ବଢିଥିଲା | ତେବେ ସପ୍ତମ ବେତନ କମିଶନଙ୍କ ସୁପାରିଶ ପରେ ସରକାର ଡିଏ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ |

କିନ୍ତୁ ବେତନ ବୃଦ୍ଧି ସୁପାରିଶ ଲାଗୁ ହେବାରେ ବିଳମ୍ବ ଯୋଗୁଁ ପୁଣି ଡ଼ିଏ ଲାଗୁ କରିଥିଲେ | ଏହା ପରେ ପ୍ରତି ୬ ମାସରେ ସରକାର ଅଲ ଇଣ୍ଡିଆ କଂଜୁମର ପ୍ରାଇସ ଇଣ୍ଡେକ୍ସ ଆଧାରରେ କର୍ମଚାରୀଙ୍କର ଡ଼ିଏ ବୃଦ୍ଧି କରନ୍ତି | ନିକଟରେ ମୋଦୀ ସରକାର ଡ଼ିଏରେ ୫ ପ୍ରତିଶତ ବୃଦ୍ଧି କରାଇଥିଲେ, ଯାହାକି ଗତ ୩ ବର୍ଷରେ ସର୍ବାଧିକ ଥିଲା | ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି |

ସମ୍ବନ୍ଧିତ ଖବର