ନୂଆଦିଲ୍ଲୀ:ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି ଯେ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।
On the recommendation of the Dadasaheb Phalke Award Selection Committee, the Government of India is pleased to announce that Shri. Mohanlal will be conferred the prestigious Dadasaheb Phalke Award 2023.
— Ministry of Information and Broadcasting (@MIB_India) September 20, 2025
Mohanlal’s remarkable cinematic journey inspires generations! 🌟
The… pic.twitter.com/n1L9t5WQuP
ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ପିଢ଼ିଙ୍କୁ ପ୍ରେରଣା ଦେଉଛି! ଭାରତୀୟ ସିନେମାରେ ତାଙ୍କର ପ୍ରତୀକାତ୍ମକ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି," ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ କରାଯାଇଛି।
Actor Mohanlal to be conferred with the prestigious Dadasaheb Phalke Award 2023
— ANI (@ANI) September 20, 2025
The award will be presented at the 71st National Film Awards ceremony on Sept 23, 2025. pic.twitter.com/5NVWEOpdAx
ଶ୍ରେଷ୍ଠ ଅଭିନେତା ପାଇଁ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା, ସେ ସାଢ଼େ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଏକ ଆକର୍ଷଣୀୟ ଏବଂ ବହୁମୁଖୀ ପ୍ରତିଭା ଥିବା ମୋହନଲାଲ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। କେରଳରୁ ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ସିନେମା ସହିତ ମୋହନଲାଲ ୩୫୦ ରୁ ଅଧିକ ଚରିତ୍ରରେ ଅଭିନୟ କରିଛନ୍ତି।, ପ୍ରତ୍ୟେକ ଚରିତ୍ର ଏକ ଛାପ ଛାଡିଛନ୍ତି।ସ୍ନେହରେ ଲୋକେ ତାଙ୍କୁ 'ଲାଲେଟନ୍' ଡାକିଥାନ୍ତି।
ସୂଚନାଯୋଗ୍ଗୟ,ଗତ ବର୍ଷ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।